ଜରାଜୀର୍ଣ୍ଣ ଅବସ୍ଥାରେ ଜଙ୍କିଆସ୍ଥିତ ବ୍ରିଟିସ୍‌ ଅମଳର ଡାକବଙ୍ଗଳା, ରକ୍ଷଣାବେକ୍ଷଣ ଅଭାବରୁ ପାଲଟିଲାଣି ଭୂତକୋଠି

ନିରାକାରପୁର : ଜଙ୍କିଆସ୍ଥିତ ବ୍ରିଟିସ୍‌ ଅମଳର ଡାକବଙ୍ଗଳାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୧୯୪୫–୪୬ ମସିହାରେ ପୂର୍ତବିଭାଗ ପକ୍ଷରୁ ଏହି ବଙ୍ଗଳାଟି ମିର୍ମିତ ହୋଇଥିଲା। କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ବଙ୍ଗଳା ଅନୁପୋଯୋଗୀ ହୋଇ ପଡ଼ି ରହିଛି। ବଙ୍ଗଳାଟିର ଚାରି ପାଖରେ ଅନାବନା ଗଛଲତା ଭର୍ତି ହୋଇଯାଇଛି। ଘର ଗୁଡ଼ିକର କବାଟ, ଝରକା ସବୁ ଉଇଲାଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ହୋଇଥିବା ବାତ୍ୟାରେ ଡାକବଙ୍ଗଳାର ଉପର ଆଜବେଷ୍ଟସ୍‌ ଛାତ ମଧ୍ୟ ଉଡ଼ିଯାଇଥିବାରୁ ଘର ଭିତରେ ବର୍ଷାପାଣି ଓ କାଦୁଅ ଜମି ରହିଛି। ଦୀର୍ଘ ବର୍ଷର ଏହି ଡାକବଙ୍ଗଳାଟିର ପୁନରୁଦ୍ଧାର ଦିଗରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର