ଷ୍ଟିପ୍‌ ପିନ୍‌ ଭାଙ୍ଗିଯିବାରୁ ରାଉରକେଲା ଷ୍ଟେସନରେ ୨ ଘଣ୍ଟା ୨୦ ମିନିଟ ଅଟକିଲା ହାଓ୍ଵଡ଼ା-ଅହମଦାବାଦ ସୁପର୍‌ଫାଷ୍ଟ୍‍ ଏକ୍ସ୍‌ପ୍ରେସ୍‌

ରାଉରକେଲା: ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ସକାଳେ ରାଉରକେଲା ରେଳବାଇ ଷ୍ଟେସନ୍‌ଠାରେ ହାଓ୍ଵଡ଼ା-ଅହମଦାବାଦ ସୁପର୍‌ଫାଷ୍ଟ୍‍ ଏକ୍ସ୍‍ପ୍ରେସ୍‌ ଦୀର୍ଘ ସମୟ ଧରି ଅଟକି ରହିଥିଲା।

ନିର୍ଦ୍ଧାରିତ ସମୟ ସକାଳ ୬: ୩୦ରେ ରାଉରକେଲା ଷ୍ଟେସନ୍‌ରେ ହାଓ୍ଵଡ଼ା-ଅହମଦାବାଦ ସୁପର୍‌ଫାଷ୍ଟ୍‍ ଏକ୍ସ୍‌ପ୍ରେସ୍‌ ପହଞ୍ଚିବା ପରେ ଏସ୍‌-୪ ବଗିର ଚକା ପାଖରେ ଲାଗିଥିବା ଷ୍ଟିପ୍‌ ପିନ୍‌ଟି ଭାଙ୍ଗି ଯାଇଥିବା କଥା ଦେଖିବାକୁ ମିଳିଥିଲା। ରାଉରକେଲା ଓ ବନ୍ଧମୁଣ୍ଡାରୁ ଆସିଥିବା ପ୍ରାୟ ୧୦/୧୨ ମେକାନିକ୍‌ ପ୍ରାୟ ୨: ୨୦ ମିନିଟ୍‌ ଲାଗି ତାହାକୁ ଠିକ୍‌ କରିଥିଲେ।

ଟ୍ରେନ୍‌ ସଜଡ଼ା ଯିବା ପରେ ସକାଳ ୮: ୫୦ ମିନିଟ୍‌ରେ ଟ୍ରେନ୍‌ ରାଉରକେଲା ଷ୍ଟେସନ୍‌ରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର