୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ : କୋଲକାତାରୁ ଭୁବନେଶ୍ୱର ହେଉଥିଲା ଚାଲାଣ, ଜଗତସିଂହପୁର ଓ ଖୋର୍ଦ୍ଧା ଅଞ୍ଚଳର ୩ ଯୁବକ ଗିରଫ

ଜଳେଶ୍ବର : ବାଲେଶ୍ବର ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବ୍ରାଉନସୁଗର ଜବତ ହେବା ସହ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି।

ଯାହା ଜଣାପଡ଼ିଛି; ପଶ୍ଚିମବଙ୍ଗରୁ ଭୁବନେଶ୍ୱରର ହଂସପାଳ ଅଞ୍ଚଳକୁ ଏକ ଧଳା ରଙ୍ଗର ଇଣ୍ଡିଗୋ ସିଏସ୍‌ ଗାଡ଼ି (ଓଆର୍‌-୦୬-ଜେ-୮୮୬୬)ରେ ଗତକାଲି ବ୍ରାଉନ୍‌ସୁଗର ଚାଲାଣ ହେଉଥିଲା। ପୂର୍ବରୁ ମିଳିଥିବା ସୂଚନା ଆଧାରରେ ଜଳେଶ୍ବର ଅବକାରୀ ବିଭାଗ ଓ ମୋବାଇଲ୍‌ ସ୍କ୍ବାର୍ଡ ପ୍ରାୟ ଭୋର୍‌ ୫ଟା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ସନ୍ନିକଟ ଏକ ହୋଟେଲ୍‌ ନିକଟରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କାର୍‌ରୁ ୧୨୦ ଗ୍ରାମ ଓଜନର ବ୍ରାଉନ୍‌ସୁଗର (ଯାହାର ମୂଲ୍ୟ ୧୨ ଲକ୍ଷ ହେବ) ଜବତ ହେବା ସହ ଜଗତସିଂହପୁରର ଶିବପ୍ରସାଦ ମହାନ୍ତି (୩୭), ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳର ସୁବାସ ଭୋଇ (୨୧), ଚନ୍ଦନ କୁମାର ଭୋଇ (୨୫) ଧରାପଡ଼ି ଗିରଫ ହୋଇଥିଲେ। ସେହିପରି ସଂପୃକ୍ତ ଯୁବକଙ୍କ ନିକଟରୁ ୩ଟି ମୋବାଇଲ୍‌ ସହ ନଗଦ ୨,୮୨୦ ଟଙ୍କା ମିଳିଥିଲା।

ସମ୍ବନ୍ଧିତ ଖବର