ମାର୍କୋଣା ଅଞ୍ଚଳରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଅଞ୍ଚଳରୁ ପୁଲିସ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଜବତ ବ୍ରାଉନ ସୁଗାରର ଓଜନ ୩୮.୬୪ ଗ୍ରାମ ହେବ ଏବଂ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଫୈୟଜ ମହମ୍ମଦ ଓ ଆଶିକ ଖାଁ। ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ରଥିପୁର ଗାଁରେ ବୋଲି ସୂଚନା ମିଳିଛି।

Image result for simulia police station odisha
ଗତକାଲି ବିଳମ୍ବିତ ରାତିରେ ପୁଲିସ ମାର୍କୋଣା ଅଞ୍ଚଳରେ ବ୍ରାଉନସୁଗାର ଚୋରାଚାଲାଣ ନେଇ ସୂଚନା ପାଇବାପରେ ଅବକାରୀ ବିଭାଗ ସହ ମିଶି ମାର୍କୋଣାର ବିଭିନ୍ନରେ ସ୍ଥାନରେ ଚଢାଉ କରିଥିଲା ଚଢାଉ ବେଳେ ଫୈୟଜ ମହମ୍ମଦ ଓ ଆଶିକ ଖାଁଙ୍କୁ ଗିରଫ କରାଯାଇଥିଲା ବୋଲି ଜଣାଯାଇଛି । ଏଦୁହିଁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି।ଫୈୟଜ ମହମ୍ମଦ ଓ ଆଶିକ ଖାଁ ନିୟମିତଭାବେ ଏହି ଅଞ୍ଚଳରେ ବ୍ରାଉନସୁଗାର ଚୋରାଚାଲାଣ କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର