୩ରେ ବୃକ୍ଷପ୍ରେମୀ ସମାବେଶ : ପ୍ରତି ଜିଲ୍ଲା, ବ୍ଳକ୍‌ ଓ ପୌର ପରିଷଦରେ ଗ୍ରୀନ୍‌ କମାଣ୍ଡାଣ୍ଟ ନିଯୁକ୍ତ ହେବେ, ଜାତିସଂଘରେ ଯୋଗଦେବ ପ୍ରେରଣା ଗ୍ରୀନ୍‌ ଆର୍ମି

ଭୁବନେଶ୍ବର : ବୃକ୍ଷରୋପଣ ଓ ପରିବେଶ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ପ୍ରେରଣା ଇଣ୍ଟରନ୍ୟାସ୍‌ନାଲ ଗ୍ରୀନ୍‌ ଆର୍ମି ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମାବେଶ ଓ ସମ୍ବର୍ଦ୍ଧନା ସଭା ଅକ୍ଟୋବର ୩ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏହି ଅବସରରେ ବୃକ୍ଷରୋପଣ, ଜଙ୍ଗଲ ଓ ବୃକ୍ଷ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୩୦ ଗୋଟି ଜିଲ୍ଲା ପାଇଁ ୩୦ ଜଣ ଗ୍ରୀନ୍‌ କମାଣ୍ଡାଣ୍ଟ ନିଯୁକ୍ତ ହେବେ। ପ୍ରତି ବ୍ଳକ୍‌, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ପାଇଁ ୫ ଜଣ ଲେଖାଏଁ କମାଣ୍ଡାଣ୍ଟ, ମହାନଗର ନିଗମ ପାଇଁ ୧୦ ଜଣ ଗ୍ରୀନ୍ କମାଣ୍ଡାଣ୍ଟ ନିଯୁକ୍ତି ପାଇବେ। ଯେଉଁମାନେ ଦକ୍ଷତା ସହ କାର୍ଯ୍ୟ ସମ୍ପାଦନ କରିବେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ୨୦୨୦ ମସିହା ଗାନ୍ଧୀ ଜୟନ୍ତୀରେ ଜାତିସଂଘରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ।

ଏସମ୍ପର୍କରେ ଅଧିକ ଜାଣିବା ପାଇଁ ନିରଦବରଣ ଖୁଣ୍ଟିଆଙ୍କୁ ୮୦୯୩୧୦୯୦୯୩, କମାଣ୍ଡାଣ୍ଟ ଜନାବ ଜଲିଲ୍ ଖାଁଙ୍କୁ ୮୯୧୭୪୬୦୧୮୧, ପ୍ରଦୀପ ରାଉତରାୟଙ୍କୁ ୯୯୩୭୧୯୯୧୧୮ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ନିଜ କାର୍ଯ୍ୟାବଳୀର ବିବରଣୀ ଅନୁପମା ଚମ୍ପତ୍ତିରାୟ, ଘର ନଂ ୨, ଆର୍‌.ବି. ୨/୮ ଗୋପବନ୍ଧୁ ଛକ, ୟୁନିଟ୍‌-୮, ଭୁବନେଶ୍ବର, ଠିକଣାରେ ପଠାଇବାକୁ ପ୍ରେରଣା ଗ୍ରୀନ୍‌ ଆର୍ମିର କମାଣ୍ଡର-ଇନ୍-ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ହୋଟେଲ ଚନ୍ଦନଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, କମାଣ୍ଡାଣ୍ଟ ଡକ୍ଟର ଶ୍ରୀନିବାସ ଘଟୁଆରୀ, ମେଜର ଦେବରାଜ ବରିଷଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର