ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ୭୬.୨୩ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

୩୬ଟିି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ସକାଳ ୯ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଏଥିରେ ମୋଟ୍‌ ୪ଲକ୍ଷ ୩୮ହଜାର ୩୪୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ମାଟି୍ରକ ପରୀକ୍ଷାରେ ୭୬.୨୩ ପ୍ରତିଶତ ପରୀର୍କ୍ଷଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧ ହଜାର ୭୧୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦ରୁ ୯୦ ପ୍ରତିଶତ ନମ୍ବର ରଖି ପାସ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ୧୫ ହଜାର ୬୮୯। ସେହିପରି ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୯ ହଜାର ୨୫୨ ଥିବା ବେଳେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ବି-୨’ ଗ୍ରେଡ୍‌ରେ ୬୮ ହଜାର ୦୯ ଜଣପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ୍‌ ୧ ଲକ୍ଷ ୨୪ ହଜାର ୬୬୫ ଜଣ ପରିକ୍ଷାର୍ଥୀ ଅର୍ଥାତ ମୋଟ୍‌ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪.୪୪ ପ୍ରତିଶତ ପରୀକ୍ଷାର୍ଥୀ ୬୦ ନମ୍ବରରୁ ଉର୍ଧ୍ୱ ପ୍ରତିଶତ ନମ୍ବର ରଖି ପାସ କରିଛନ୍ତି।

ସେହିପରି ଗତବର୍ଷ ତୁଳନାରେ ଏଥର ଅଧିକ ସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଛି। ଗତବର୍ଷ ୨୨ଟି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ୍ୟ ହୋଇଥିବା ବେଳେ ଚଳିତ ବର୍ଷ ୩୬ଟିି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ ରହିଛି। ଗତ ବର୍ଷ ୭୪୮ଟି ବିଦ୍ୟାଳୟର ଶତପ୍ରତିଶତ ପରୀକ୍ଷା ଫଳ ହୋଇଥିବା ବେଳେ ଚଳିତ ବର୍ଷ ୪୨୯ଟି ବିଦ୍ୟାଳୟର ଶତପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛି। ତେବେ ଶିକ୍ଷକଙ୍କ ପରୀକ୍ଷା ଖାତା ଦେଖିବା ନେଇ ଆନ୍ଦୋଳନ କରିବା ସତ୍ତ୍ୱେ ପରୀକ୍ଷା ଫଳ ପ୍ରକାଶନରେ କୌଣସି ଅସୁବିଧ ସୃଷ୍ଟି ହୋଇ ନାହିଁ ବୋଲି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।


ଆଜି ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷାଫଳ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗର ପଅମୁଖ ସଚିବ ପ୍ରଦୀପ୍ତ ମହାପାତ୍ର, ବୋଡ୍‌ ସଭାନେତ୍ରୀ ଜାହାନାଆରା ବେଗମ୍‌ ଉପସ୍ଥିତ ଥିଲେ। ଚଳିତବର୍ଷ ବୋର୍ଡ ପକ୍ଷରୁ ଏକକାଳୀନ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଛି। ମଧ୍ୟମା ପରୀକ୍ଷାରେ ମୋଟ୍‌ ପାସ ହାର ୯୨.୪୭ ପ୍ରତିଶତ ରହିଛି। ମୋଟ୍‌ ୩୪୪୦ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥିମଧ୍ୟରୁ ୩୧୮୧ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି।


ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୧.୯୩ ପ୍ରତିଶତ ହିସାବରେ ମୋଟ୍‌ ୫୪୫୪ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି।
ଏହି ପରୀକ୍ଷାଫଳ ପ୍ରକାଶ ପରେ ପରେ ବୋର୍ଡର େଓ୍ଵବ୍‌ସାଇଟ୍‌ www.bseodisha.ac.in/ www.bseodisha.nic.in ରେ ଉପଲବ୍ଧ ହୋଇଛି। ପୂର୍ବରୁ ଏହା ଦିନ ୧୨ଟା ପରଠାରୁ ଉପଲବ୍‌ଧ ହେବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ପରୀକ୍ଷା ଫଳ ପ୍ରକାଶନ ପରେ ପରେ େଓ୍ଵବ୍‌ ସାଇଟ୍‌ରେ ଉପଲବ୍‌ଧ କରାଯାଇଛି। । ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲ୍‌ରେ OR10<ROLL NO> ଟାଇପ୍‌ କରି 5676750 କୁ ଏସ୍‌ଏମ୍‌ଏସ୍‌ ପଠାଇ ପରୀକ୍ଷାଫଳ ଜାଣିପାରିବେ।
ଅପରାହ୍‌ଣ ୨ଟାରୁ ଛାତ୍ରଛାତ୍ରୀଙ୍କ ଓଏମ୍‌ଆର୍‌ ଉତ୍ତରଖାତାର ସ୍କାନ କପି ବୋର୍ଡ େଓ୍ଵବ୍‌ସାଇଟ୍‌ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମ୍‌ଆର୍‌ କପିକୁ େଓ୍ଵବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ଫଳପ୍ରକାଶ ପାଇବାର ୭ଦିନ ପର୍ଯ୍ୟନ୍ତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷାର୍ଥୀ, ଅଭିଭାବକଙ୍କ ପାଇଁ କଣ୍ଟ୍ରୋଲରୁମ୍‌ ଖୋଲା ରହିବ।

ସମ୍ବନ୍ଧିତ ଖବର