ଜୋରଦାର ହେବ ମାଓ ଦମନ ଅଭିଯାନ

ପୁଲିସ ଡିଜିଙ୍କୁ ଭେଟିଲେ ବିଏସ୍‌ଫ୍‌ ଏଡିଜି

ଭୁବନେଶ୍ୱର : ଆହୁରି ଅଧିକ ଜୋରଦାର ହେବ ମାଓ ବିରୋଧୀ ଅଭିଯାନ। ମାଓବାଦୀଙ୍କୁ ସଂପୂର୍ଣ୍ଣ ମୂଳପୋଛ କରି ଦିଆଯିବାକୁ ପ୍ରୟାସ ହେବ। ଏ ନେଇ ଆଜି ଭୁବନେଶ୍ୱରରେ ଥିବା ଡିଜି କ୍ୟାମ୍ପ୍‌ ଅଫିସରେ ରାଜ୍ୟ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଏସ୍‌ଏଫ୍‌ର ଅତିରିକ୍ତ ଡିଜି ଅରୁଣ କୁମାର।

ପୁଲିସ ଡିଜି ଶ୍ରୀ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି, ଗତିବିଧି ଓ କାର୍ଯ୍ୟକଳାପ ନେଇ ଆଲୋଚନା ହୋଇଥିଲା। ଏବେ ରଣନୀତିରେ ପରିବର୍ତନ କରାଯାଇ ଗୁଇନ୍ଦା ତଥ୍ୟକୁ ଆଧାର କରି ମାଓବାଦୀଙ୍କ ଫରଓ୍ଵାର୍ଡ ପୋଷ୍ଟ ଉପରେ ଆକ୍ରମଣ କରାଯିବ। ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ଅପରେସନ୍‌ ‘ପ୍ରହାର’ ଆରମ୍ଭ ହେବ। ଏଥିରେ ଏସ୍‌ଓଜି, ବିଏସ୍‌ଏଫ୍‌ ଓ ସିଆରପିଏଫ୍‌ ଯବାନ ସାମିଲ ହେବେ। ଆବଶ୍ୟକ ହେଲେ ବିଏସ୍‌ଏଫ୍‌ର ହେଲିକପ୍ଟରର ସହଯୋଗ ନିଆଯିବ ବୋଲି ଡିଜି ଶର୍ମା ସୂଚନା ଦେଇଛନ୍ତି।

ବିଏସ୍‌ଏଫ୍‌ ଓ ଏସ୍‌ଓଜି ଯବାନମାନଙ୍କ ଆଗୁଆ ମୁତୟନ ହେବା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। କେଉଁମାନେ ମାଓବାଦୀଙ୍କୁ ନୈତିକ ସମର୍ଥନ ଦେଉଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା।

ସମ୍ବନ୍ଧିତ ଖବର