ଚିତ୍ରକୋଣ୍ଡାର ହନ୍ତାଳଗୁଡାରେ ସ୍ଥାପନ ହେଲା ଅସ୍ଥାୟୀ ବିଏସଏଫ୍ କ୍ୟାମ୍ପ; ପ୍ରଥମ ଥର ପାଇଁ ଅଂଚଳରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି:  ମାଓ ଅଧ୍ୟୁଷିତ ମାଲକାନଗିରିର  ସ୍ୱାଭିମାନ ଅଂଚଳ ହନ୍ତାଳଗୁଡାରେ ପ୍ରଥମଥର ଉଡ଼ିଲା ତ୍ରିରଙ୍ଗା ।  ଏହି ଅଂଚଳରେ ସୀମା ସୁରକ୍ଷା ବଳର (ବିଏସଏଫ୍) ପ୍ରଥମ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା ଅବସରରେ ଜାତୀୟ ପତାକା ଉଡ଼ାଇଛନ୍ତି ମାଲକାନଗିରି ଏସପି । ଲାଲଗଡକୁ ଭେଦ କରି ପ୍ରଥମ ଥର ପାଇଁ ଏହି କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

ଜିଲ୍ଲାର ହନ୍ତାଳଗୁଡା ଅଂଚଳ ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ ବୋଲି ପରିଚୟ ହାସଲ କରିଛି । ଏବେ ଏହି ଅଂଚଳରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେବା ସ୍ୱାଭିମାନ ଅଂଚଳର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ । ଆଗକୁ ପୁଲିସକୁ ଭୟ ନ କରି କୌଣସି ସ୍ଥିତି ଉପୁଜିଲେ ସମସ୍ତ ଅଭିଯୋଗ ପୁଲିସ ନିକଟରେ କରିବାକୁ ଲୋକଙ୍କୁ କହିଛନ୍ତି ମାଲକାନଗିରି ଏସପି ।

ଉଲ୍ଲେଖଯୋଗ୍ୟ କି ଅତୀତରେ ମାଲକାନଗିରିର ବିଚ୍ଛିନ୍ନ ଇଲାକା‌କୁ ଯୋଗାଯୋଗ ନ ଥିବାରୁ ତାହା ପୁଲିସ ଓ ପ୍ରଶାସନ ଲାଗି ଏକ ପ୍ରକାର ଅପହଞ୍ଚ ହୋଇରହିଥିଲା। ଫଳ‌ରେ ମାଓ ସଂଗଠନ ସେଠାରେ ନିଜର ଗଡ଼ ପ୍ରତିଷ୍ଠା କରିଥିଲେ। ମାତ୍ର ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଏହି ଅଂଚଳକୁ ସ୍ବାଭିମାନ ଅଂଚଳ ଭାବେ ନାମିତ କରିବା ସହ  ପୁଲିସ ଓ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁଛି।

ସମ୍ବନ୍ଧିତ ଖବର