ଖୁବ୍ ଶୀଘ୍ର ବିଏସ୍‌ଏଲ୍‌ସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ : ଧର୍ମେନ୍ଦ୍ର

ଭୁବନେଶ୍ବର : ବିର୍ସା ‌େଷ୍ଟାନ୍ ଲାଇମ୍ କମ୍ପାନି ଲିମିଟେଡ୍‌(ବିଏସ୍‌ଏଲ୍‌ସି)ରେ ଖନନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଭବିଷ୍ୟତରେ ଏହାର ଶ୍ରମିକ ଓ ସଂପୃକ୍ତ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ। ଆଜି ନୂଆଦିଲ୍ଲୀରେ ଇସ୍ପାତ ମନ୍ତ୍ରଣାଳୟରେ ଏ ନେଇ ହୋଇଥିବା ବୈଠକ ପରେ ‌େକନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟରେ ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା। ବିଏସ୍‌ଏଲ୍‌ସିକୁ ସେଲ୍‌ ଓ ଆର୍‌ଆଇଏନ୍‌ଏଲ୍‌ ଅଗ୍ରୀମ ଭାବେ ଡୋଲୋମାଇଟ୍‌ ନେବା ପାଇଁ ପ୍ରତିଶ୍ରୁତି ‌େଦଇଛନ୍ତି। ଏଥି ପାଇଁ ଖୁବ୍ ଶୀଘ୍ର ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେବ। ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ‌ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜିର ବୈଠକରେ ‌ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ସାଂସଦ ଜୁଏଲ ଓରାମ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ର ସହାୟକ କମ୍ପାନି ବିଏସ୍‌ଏଲ୍‌ସି ୧୯୧୦ରୁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଚୂନପଥର ଓ ଡିଲୋମାଇଟ୍‌ର ଖନନ ଓ ବିପଣନ କାରବାର କରୁଛି। ଗତ କିଛି ଦିନ ହେଲା ବିଭିନ୍ନ କାରଣରୁ ବିଏସ୍‌ଏଲ୍‌ସିକୁ ପରିଚାଳନା ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର