ଚକାପାଦରେ ବିଏସଏନଏଲ ସେବା ବିପର୍ଯ୍ୟସ୍ତ

ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରେ ବିଏସଏନଏଲ ମୋବାଇଲ ଓ ଇଣ୍ଟରନେଟ ସେବା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ବ୍ଲକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଦିନର ଅଧା ସମୟ ଅଫିସ କାମ ଏକ ରକମ ବନ୍ଦ ରହୁଛି । ଚକାପାଦରେ ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ, ଥାନା , ପୋଷ୍ଟ ଅଫିସ କୃଷି ବିଭାଗ, ବନ ବିଭାଗ, ଏବଂ କଲେଜ ରହିଥିବା ବେଳେ ଇଣ୍ଟରନେଟ ଓ ମୋବାଇଲ ସେବା ଅଚଳ ଯୋଗୁ ନାହି ନଥିବା ଅସୁବିଧାର ଶିକାର ହେଉଛନ୍ତି । ଏପରକି ବର୍ତ୍ତମାନ ବହୁ ସରକାରୀ କାମ ଇଣ୍ଟରନେଟ ଯୋଗେ ହେଉଥିବାରୁ ଏହା ଦିନ ଦିନ ଧରି ପଡି ରହୁଛି । ଛାତ୍ରଛାତ୍ରୀ ମାନେ ଅନଲାଇନ ଆବେଦନ ଓ ପ୍ରମାଣପତ୍ର ଆବେଦନ ଭଳି କାମକୁ ମଧ୍ୟ ସହଜରେ କରିପାରୁନଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଏନେଇ ଅନୁଧ୍ୟାନ କରିୁଥିବା କହିଛନ୍ତି । ତେବେ ଦାୟିତ୍ୱରେ ଥିବା ଅପରେଟରଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ କମ୍‌ ଡିଜେଲ ଯୋଗାଣ ହେଉଥିବାରୁ ବିଦ୍ୟୁତ ସରବରାହ ନଥିବା ସମୟରେ ଦୀର୍ଘ ସମୟ ଜେନେରେଟର ଚଳାଇବା ମୁସ୍କିଲ ହୋଇପଡୁଥିବା କହିଛନ୍ତି । ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର