ଡାଡୁମାହା ଘାଟିରେ ୩୦ ଫୁଟ ତଳକୁ ଖସିଲା ବସ୍‌: ୩୭ ଆହତ, ୨୦ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ କୁରୁବାଲି ନିକଟ ଡାଡୁମାହା ଘାଟିରେ ଭାରସାମ୍ୟ ହରାଇ ଏକ ଘରୋଇ ବସ୍‌ ଓଲଟି ଘାଟି ତଳକୁ ଖସିପଡ଼ିଛି। ଫଳରେ ଏଥିରେ ଥିବା ଯାତ୍ରୀ ୩୭ଜଣ ଆହତ ହୋଇଥିବା ଜଣାପଡିଛିା ୨୦ ଜଣକ ଅବସ୍ଥା ଗୁରୁତର ରହିଥିବାବେଳେ ତୁରନ୍ତ ସେମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ସୂଚନା ମୁତାବକ ଦୀପକ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ କୋଟଗଡ ଠାରୁ ଜୁବାଗୁଡା ଯାଉଥିବା ବେଳେ ସନ୍ଧ୍ୟାରେ ଡାଡୁମାହା ଘାଟିରେ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସି ପଡିଥିଲା। ଫଳରେ ଏଥିରେ ବସିଥିବା ୩୭ ଜଣ ଯାତ୍ରୀ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର