କଳିଙ୍ଗା ଘାଟିରେ ଦୁର୍ଘଟଣା : ବରଯାତ୍ରୀ ବସ୍ ଓଲଟି ୩୭ ଆହତ

ଭଞ୍ଜନଗର/ଘୁ.ଉଦୟଗିରି : ଭଞ୍ଜନଗର-ଫୁଲବାଣୀ ରାସ୍ତା କଳିଙ୍ଗା ଘାଟିରେ ଆଜି ସକାଳେ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ (ଅମ୍ରିତ୍-ଓଡ଼ି-୧୪-୫୩୨୮) ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୩୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟଆହତମାନେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଉରକେଲାରୁ ଏହି ବସ୍‌ଟି ବରଯାତ୍ରୀଙ୍କୁ ନେଇ ଆସିକା ଅଭିମୁଖେ ଆସୁଥିଲା। ବସ୍‌ରେ ବର ଓ ପରିବାରବର୍ଗ ସମେତ ଡ୍ରାଇଭର, ହେଲପରଙ୍କୁ ମିଶି ୪୫ ଜଣ ଥିଲେ। ସକାଳ ପ୍ରାୟ ୭ଟାରୁ ସାଢେ ୭ଟା ମଧ୍ୟରେ ବସଟି କଳିଙ୍ଗା ଘାଟି ୪ କିଲୋମିଟର ଅତିକ୍ରମ କରିବା ପରେ ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବର ସରୋଜ କୁମାର ଦାସଙ୍କ ସମେତ ପରିବାରବର୍ଗ ଓ ତାଙ୍କ ବନ୍ଧୁ ମା‌ନେ ଆହତ ହୋଇଥିଲେ। ୪ଟି ଆମ୍ବୁଲାନ୍ସ ଓ ୨ଟି ଦମକଳ ସାହାଯ୍ୟରେ ଆହତଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୭ ଜଣ ଆହତ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସମ୍ବନ୍ଧିତ ଖବର