ବସ୍‌ଭଡ଼ା ୪ ପଇସା କମିଲା

ଭୁବନେଶ୍ବର : ଆଜି ବସ୍‌ଭଡ଼ା କି.ମି. ପିଛା ୨ଟି ଶ୍ରେଣୀଭୁକ୍ତ ବସ୍‌ ଯାତ୍ରା ନିମନ୍ତେ ୨ ଓ ୪ ପଇସା ହ୍ରାସ ପାଇଛି। ଗତ ନଭେମ୍ବର ୨୮ ତ‌ାରିଖରେ ବସ୍‌ଭଡ଼ା କମିଥିଲା। ଡିଜେଲ୍‌ ଦର ହ୍ରାସ ପାଉଥିବାରୁ ଗତ ଦୁଇ ସପ୍ତାହରେ ଦ୍ବିତୀୟ ଥର ପାଇଁ ବସ୍‌ଭଡ଼ା କମିଛି। ଏ ନେଇ ସାଧାରଣରେ ଘୋର ଆଶ୍ବସ୍ତି ପ୍ରକାଶ ପାଇଛି।

ଆଜି ଏ ନେଇ ପରିବହନ କମିସନରଙ୍କ କାର୍ଯ୍ୟାଳୟ, କଟକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ଶ୍ରେଣୀର ବସ୍‌ଭଡ଼ା କିଲୋମିଟର(କି.ମି.) ପିଛା ୨ ପଇସା କମିଛି। ଏସି ଓ ଡିଲକ୍ସ ବସ୍‌ଭଡ଼ା କମିଛି ୪ ପଇସା। ପୂର୍ବରୁ ଅର୍ଡିନାରୀ ବସ୍‌ଭଡ଼ା କି.ମି. ପିଛା ୭୦ ପଇସା ଥିବାବେଳେ ଏହା ୬୮ ପଇସାକୁ ହ୍ରାସ ପାଇଛି। ସେହିପରି ଡିଲକ୍ସ ବସ୍‌ଭଡ଼ା କି.ମି. ପିଛା ୭୩ ପଇସା ଥିଲା। ଏହା ୭୧ ପଇସାକୁ କମିଛି।

ତେବେ ଡିଲକ୍ସ ଓ ଏସି ବସ୍‌ଭଡ଼ା କି.ମି. ପିଛା ୪ ପଇସା ହ୍ରାସ ପାଇଛି। ପୂର୍ବରୁ ଡିଲକ୍ସ ବସ୍‌ଭଡ଼ା ୧ ଟଙ୍କା ୧ ପଇସା ଥିବା ବେଳେ ଏହା ୯୭ ପଇସାକୁ କମିଛି। ସେହିପରି ଏସି ଡିଲକ୍ସ ବସ୍‌ଭଡ଼ା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୧୯ ପଇସାକୁ ହ୍ରାସ ପାଇଛି। ଡିଜେଲ୍‌ ମୂଲ୍ୟ ବୃଦ୍ଧି ଯୋଗୁଁ ପ୍ରାୟ ଏକ ବର୍ଷ ଧରି ବସ୍‌ଭଡ଼ା ବଢ଼ିଚାଲିଥିଲା। ତେବେ ଗତ ନଭେମ୍ବର ୨୮ ତ‌ାରିଖରେ ଡିଜେଲ୍‌ ଲିଟର ପିଛା ଟ ୭୩.୫୬ ପଇସା ଥିବା ବେଳେ ଆଜି ଏହା ଟ ୬୯.୨୭ ପଇସାକୁ ହ୍ରାସ ପାଇଛି। ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଡିଜେଲ୍‌ ଦର କମିଲେ ହ୍ରାସ ପାଉଛି ବସ୍‌ଭଡ଼ା।

ସମ୍ବନ୍ଧିତ ଖବର