ପୁଣି କମିଲା ବସ୍‌ ଭଡ଼ା: ଅର୍ଡିନାରୀ ବସ୍‌ ଭଡା କିମି ପିଛା ୨ ପଇସା ହ୍ରାସ ପାଇ ୬୮ ପଇସା ହେଲା

ଭୁବନେଶ୍ୱର: ପୁଣି ଥରେ ବୁଧବାର ବସ୍‌ ଭଡ଼ା କମିଛି। ଅର୍ଡିନାରୀ ଓ ଏକ୍ସପ୍ରେସ୍‌ରେ କିମି ପିଛା ବସ୍‌ ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୪ ପଇସା କମିଛି। ଡିଜେଲ ଦର କମିବା ପରେ ବସ୍‌ ଭଡ଼ା କମିଥିବା ଜଣାପଡ଼ିଛି।

ପୂର୍ବରୁ ଅର୍ଡିନାରୀ ବସ୍‌ରେ କିମି ପିଛା ୭୦ ପଇସା ଥିଲା। ଏହାକୁ ୬୮ ପଇସା କରି ଦିଆଯାଇଛିାା। ଏକ୍ସପ୍ରେସ୍‌ ଭଡ଼ା କିମି ପିଛା ୭୩ ପଇସା ଥିବା ବେଳେ ଏହାକୁ ୨ ପଇସା ହ୍ରାସ କରି ୭୧ ପଇସା କରି ଦିଆଯାଇଛି। ସେହିପରି ଡିଲକ୍ସ ବସ୍‌ରେ ଭଡ଼ା କିମି ପିଛା ପୂର୍ବରୁ ୧୦୧ ପଇସା ଥିବା ବେଳେ ଏହା ୯୭ ପଇସା କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍‌ରେ କିମି ପିଛା ବସ୍‌ ଭଡ଼ା ୧୨୩ ପଇସା ଥିବା ବେଳେ ଏହାକୁ ୧୧୯ ପଇସା କରି ଦିଆଯାଇଛି।

ଯାତ୍ରୀ ବସ୍‌ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଏହା ଦ୍ୱାରା ବସରେ ଗମନାଗମନ କରୁଥିବା ଲକ୍ଷାଧିକ ଯାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସାଧାରଣ ବସ୍‌ରେ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ସେହିଭଳି ଏକ୍ସପ୍ରେସରେ ଯାତ୍ରୀ ଭଡା ୪ ପଇସା କମ୍‌ ହୋଇଛି। ରାଜ୍ୟର ଲକ୍ଷାଧିକ ଲୋକ ଦୈନିକ ଗମନାଗମନ ପାଇଁ ବସ ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ବସଭଡା ହ୍ରାସ କରାଯିବା ପରେ ସାଧାରଣ ଜନତା ବହୁ ଉପକାର ପାଇଁବେ। ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

 

ସମ୍ବନ୍ଧିତ ଖବର