ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ରାୟଗଡ଼ାରେ ରେଳସେବା ପରିବର୍ତ୍ତନ ଓ ବାତିଲ

ରାୟଗଡ଼ା: ପ୍ରବଳ ବର୍ଷା କାରଣରୁ ଟିଟିଲାଗଡ଼-ରାୟଗଡ଼ା ନିକଟବର୍ତ୍ତୀ ରେଳ ଧାରଣା ଓ ପୋଲ ଏବଂ ରାୟଗଡ଼ା-କୋରାପୁଟ୍‌ ରେଳବାଇ ସେକ୍‌ସନ୍‌ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

ଏହି ରୁଟ୍‌ ମଧ୍ୟ ଦେଇ ଯାତ୍ରା କରୁଥିବା ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର୍‌, ୫୮୩୦୪ ଜୁନାଗଡ଼ ରୋଡ୍‌-ଲାଞ୍ଜିଗଡ଼ ରୋଡ୍‌ ପାସେଞ୍ଜର୍‌, ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ୍‌ ପାସେଞ୍ଜର୍‌, ୫୮୨୦୭ ରାୟପୁର-କେସିଙ୍ଗା ପାସେଞ୍ଜର୍‌ ଏବଂ ୧୮୩୦୨ ରାୟଗଡ଼ା-ସମ୍ବଲପୁର ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ବାତିଲ୍‌ କରାଯାଇଛି।

୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର୍‌ କେଉଟିଗୁଡ଼ା ଯାଏଁ ଯିବ। ସେଠାରୁ ଆଉ ସମ୍ବଲପୁରକୁ ଯିବ ନାହିଁ। ୧୮୩୦୧ ସମ୍ବଲପୁର-ରାୟଗଡ଼ା ଏକ୍ସ୍‌ପ୍ରେସ୍‌ ବଲାଙ୍ଗୀର ପର୍ଯ୍ୟନ୍ତ ଯାଇ ସେଠାରୁ ଆଉ ରାୟଗଡ଼ାକୁ ଯିବ ନାହିଁ।

୫୮୫୨୮ ବିଶାଖାପଟନମ୍‌-ରାୟପୁର ପାସେଞ୍ଜର୍‌ ଟ୍ରେନ୍‌ ରାୟଗଡ଼ାରେ ପହଞ୍ଚି ସେଠାରୁ ୫୮୫୨୭ ଭାବେ ପୁଣି ବିଶାଖାପଟନମ୍‌ ଫେରି ଆସିବ।

୫୮୫୨୭ ରାୟପୁର- ବିଶାଖାପଟନମ୍‌ ପାସେଞ୍ଜର୍‌ ଟ୍ରେନ୍‌ ଟିଟିଲାଗଡ଼ ଯାଏଁ ଯାଇ ସେଠାରୁ ୫୮୫୨୮ ଭାବେ ପୁଣି ରାୟପୁର ଫେରି ଆସିବ।
୧୫. ୮. ୧୮ ଦିନ ରାୟଗଡ଼ା ଏବଂ ଟିଟିଲାଗଡ଼ ମଧ୍ୟରେ ବିଶାଖାପଟନମ୍‌-ରାୟପୁର-ବିଶାଖାପଟନମ୍‌ ରେଳସେବା ଉଭୟ ଦିଗରୁ ବନ୍ଦ ରହିବ।

୧୪ ତାରିଖରେ ଛାଡ଼ିଥିବା ୫୮୫୩୦ ବିଶାଖାପଟନମ୍‌-ଦୁର୍ଗ ପାସେଞ୍ଜର୍‌ ଟ୍ରେନ୍‌ ମୁନିଗୁଡ଼ା ଯାଏଁ ଚାଲି ୫୮୫୨୯ ଦୁର୍ଗ-ବିଶାଖାପଟନମ୍‌ ପାସେଞ୍ଜର୍‌ ଭାବେ ବିଶାଖାପଟନମ୍‌ ଫେରି ଆସିବ।

୧୪ ତାରିଖରେ ଛାଡ଼ିଥିବା ୫୮୫୨୯ ଦୁର୍ଗ-ବିଶାଖାପଟନମ୍‌ ପାସେଞ୍ଜର୍‌ କେସିଙ୍ଗା ଯାଏଁ ଯାଇ ସେଠାରୁ ୫୮୫୩୦ ବିଶାଖାପଟନମ୍‌-ଦୁର୍ଗ ପାସେଞ୍ଜର୍‌ ଭାବେ ଦୁର୍ଗ ଫେରିଯିବ। ଅର୍ଥାତ୍‌ ୧୫ ତାରିଖ ଦିନ ମୁନିଗୁଡ଼ା ଓ କେସିଙ୍ଗା ମଧ୍ୟରେ ବିଶାଖାପଟନମ୍‌-ଦୁର୍ଗ ବାତିଲ୍‌ ରହିବ।

୧୪ ତାରିଖରେ ଛାଡ଼ିଥିବା ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ସମ୍ବଲପୁର ଯାଏଁ ଚାଲି ସେଠାରୁ ୧୮୦୦୬ ଭାବେ ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍‌ ଭାବେ ହାଓଡ଼ା ପ୍ରତ୍ୟାବର୍ତ୍ତନ କରିବ।

୧୮୦୦୬ ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍‌ ରାୟଗଡ଼ା ଯାଏଁ ଚାଲିବ ଏବଂ ୧୫୦୦୮ ଭାବେ ତାହା ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ଭାବେ ରାୟଗଡ଼ାରୁ ଜଗଦଳପୁର ଚାଲିବ। ଅର୍ଥାତ୍‌ ଆଜି ସମ୍ବଲପୁର ଓ ରାୟଗଡ଼ା ପଟୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ର ସେବା ବନ୍ଦ ରହିବ।

୫୮୨୦୮ ଜୁନାଗଡ଼ ରୋଡ୍‌-ରାୟପୁର ପାସେଞ୍ଜର୍‌ ଟ୍ରେନ୍‌ ଲାଞ୍ଜିଗଡ଼ ରୋଡ୍‌ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର