ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବରଗଡ଼ରେ ପ୍ରତିଷ୍ଠା ହେବ କ୍ୟାନ୍ସର୍ ହସ୍ପିଟାଲ୍

ବରଗଡ଼/ ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ବରଗଡ଼ ଓ ସମ୍ବଲପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ବରଗଡ଼ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ସେ । ସେ ଆଜି ବରଗଡ଼ର ନୂତନ ଚିକିତ୍ସାଳୟର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏହି ନୂତନ ଡାକ୍ତରଖାନା ୩୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ସେ ସୂଚନା ଦେଇଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ଠାରେ ଏକ ବିଜ୍ଞାନ ପାର୍କର ଉଦଘାଟନ କରିଛନ୍ତି। ଏସବୁ ପ୍ରକଳ୍ପ ଲାଗି ୧୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଲେଶ୍ୱରୀ ମନ୍ଦିରର ଉନ୍ନତି ଲାଗି କ’ଣ କରାଯାଇପାରିବ, ସେଥିନେଇ ଏକ ବିଶେଷଜ୍ଞ ଦଳ ଏଠାକୁ ଆସିବେ। ହୀରାକୁଦ ପାଇଁ ଗଠନ ହେବ ଏକ ପର୍ଯ୍ୟବେକ୍ଷକ ଟିମ୍ । ଟିମର ଅନୁଧ୍ୟାନ ପରେ ହେବ ପ୍ୟାକେଜ ଘୋଷଣା କରାଯିବ। ଏହି ସମସ୍ତ ଉନ୍ନୟନମୂଳକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର