ଡରାଇଲେ ନକ୍ସଲ, ୧୫ ବୁଥରେ ଭୋଟ ପଡ଼ିଲାନି
ସ୍ଥାନୀୟ ପ୍ରସଙ୍ଗରେ ୧୦ବୁଥ୍ରେ ଭୋଟ ବର୍ଜନ
ଇଭିଏମ୍ ଅଚଳ ଯୋଗୁଁ ମତଦାନ ପ୍ରଭାବିତ
ମାଲକାନଗିରିରେ ପୋଲିଂ ପାର୍ଟିଙ୍କୁ ତାଲା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ର ଯବନିକା ପଡ଼ିଛି । ୨୮ଟି ବିଧାନସଭା ଏବଂ ୪ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ପର୍ବ ଶେଷ ହୋଇଛି। ଇଲେେକ୍ଟ୍ରାନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ୨୬ ଲୋକସଭା ପ୍ରାର୍ଥୀ (୪ଯାକ ଆସନ ପାଇଁ) ଏବଂ ୧୯୧ ଜଣ ବିଧାନସଭା ପ୍ରାର୍ଥୀ (୨୮ଟି ଯାକ ଆସନ ପାଇଁ)ଙ୍କ ଭାଗ୍ୟ ବନ୍ଦ ହୋଇ ଯାଇଛି । ଏହି ଭାଗ୍ୟ ପେଡ଼ି ଖୋଲିବ ମେ’ ୨୩ ତାରିଖରେ, ଯେଉଁ ଦିନ ମତଗଣନା ହେବ।
ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିଥିଲେ ହେଁ, ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଅପରାହ୍ନ ୫ଟା ମଧ୍ୟରେ ପାଖାପାଖି ୬୬% ମତଦାନ େହାଇଛି। ଏହି ହାର ଆହୁରି ବଢ଼ିବ।
ଅନ୍ୟପକ୍ଷରେ ନକ୍ସଲ ଡରାଇଲେ େବାଲି ମାଲକାନଗିରି ଜିଲ୍ଲାର ୧୫ ମତଦାନ େକନ୍ଦ୍ରରେ େଗାଟିଏ ବି େଭାଟ୍ ପଡ଼ିଲାନି। ଚିତ୍ରକୋଣ୍ଡାର ୧୨ଟି ବୁଥ୍ ଓ ମାଲକାନଗିରିର ୩ଟି ବୁଥରେ ନିର୍ବାଚନ େହାଇପାରିଲା ନାହିଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ୨ଟି, ଜୁନାଗଡ଼ର ୨ଟି, ଭବାନୀପାଟଣା ଓ ନର୍ଲାର େଗାଟିଏ େଲଖାଏଁ ଏମିତି ୬ଟି ବୁଥରେ େଲାକେ େଭାଟ୍ ବର୍ଜନ କରିଛନ୍ତି। ନବରଙ୍ଗପୁର ଓ ଡାବୁଗାଁର ମଧ୍ୟ େଗାଟିଏ େଲଖାଏଁ ବୁଥରେ େଲାକେ େଭାଟ୍ ବର୍ଜନ କରିଛନ୍ତି। ଗଜପତି ଜିଲ୍ଲାରେ ଏହି ସଂଖ୍ୟା ୧ ରହିଛି।
‘ସମ୍ବାଦ’ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ସାଧାରଣ ନିର୍ବାଚନ ତୁଳନାରେ ରାୟଗଡ଼ା ଜିଲ୍ଲାରେ ଅପେକ୍ଷାକୃତ କମ୍ ପ୍ରତିଶତ ମତଦାନ େହାଇଛି। ତେବେ େକଉଁ ଜିଲ୍ଲାରେ କେତେ ପ୍ରତିଶତ େଲାକ େଭାଟ ପ୍ରକ୍ରିୟାରେ ସାମିଲ େହାଇଛନ୍ତି, ଏ ସଂକ୍ରାନ୍ତରେ ଆସନ୍ତାକାଲି ସୁଦ୍ଧା ଚିତ୍ର ସ୍ପଷ୍ଟ େହବ େବାଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା େଦଇଛି।
ମାଲକାନଗିରି ଜିଲ୍ଲାରେ ନକ୍ସଲ ମତଦାନ ବର୍ଜନ ପାଇଁ ଆହ୍ବାନ େଦଇଥିଲେ। ସେମାନଙ୍କ ଡରରେ ଏହି ଜିଲ୍ଲାର ୧୫ଟି ବୁଥରେ ମତଦାନ ସମ୍ଭବ େହାଇପାରିନାହିଁ। ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଥିଲା। ଆବଶ୍ୟକ ପୁଲିସ ମୁତୟନ ସହ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲେ େହଁ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତଦାନ କରିବା ପାଇଁ ସାଧାରଣ େଭାଟରଙ୍କୁ ସୁେଯାଗ ମିଳିପାରିନାହିଁ। ଏହି ଜିଲ୍ଲାର ଅଧିକାଂଶ ବୁଥ୍ରେ ଇଭିଏମ୍ ତ୍ରୁଟି କାରଣରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସର୍ବଶେଷ ସୂଚନାନୁସାରେ, ମାଲକାନଗିରି ଏମଭି-୬୦ର ଏକ ବୁଥରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣି ଆଜି ୬ଜଣ ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଥିଲେ। ସେଠାେର ଭଙ୍ଗାରୁଜା େହାଇଛି।
େକାରାପୁଟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ନବରଙ୍ଗପୁରରେ ସ୍ଥାନୀୟ ସମସ୍ୟାକୁ ନେଇ େଲାକେ ନିର୍ବାଚନ ବର୍ଜନ କରିଥିଲେ ହେଁ, କୌଣସିଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି େହାଇନାହିଁ। ରାୟଗଡାରେ ମଧ୍ୟ ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହିତ େଶଷ େହାଇଛି। ସ୍ଥାନୀୟ ପ୍ରସଙ୍ଗରେ କଳାହାଣ୍ଡି ଜିଲ୍ଲାର ୬ଟି ବୁଥରେ େଲାକେ ମତଦାନ ପ୍ରକ୍ରିୟାରୁ ଦୂରେଇ ଯାଇଥିଲାବେଳେ ନୂଆପଡ଼ାରେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିନାହିଁ।
ଅନ୍ୟପକ୍ଷରେ, ବ୍ରହ୍ମପୁର େଲାକସଭା ଆସନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆଜି ରାଜନୈତିକ ଗଣ୍ଡଗୋଳ େଦଖିବାକୁ ମିଳିଥିଲା। ପାରଳାଖେମୁଣ୍ଡିର ଗୋଷାଣୀ ବ୍ଲକ, ଚିକିଟି ଏନଏସି ଅନ୍ତର୍ଗତ ୬୫ ନମ୍ବର ଆସନ, େଗାଳନ୍ଥରାର େକାଠାରସିଂରେ ଗଣ୍ଡଗୋଳ େହାଇଥିଲା। କୁକୁ଼ଡାଖଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମ୍ମୁଖରେ େଠଲାପେଲା ଓ ଗଣ୍ଡଗୋଳ େହାଇଥିଲା। ଇଭିଏମ୍ ତ୍ରୁଟି େଯାଗୁଁ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକାଧିକ ବିଧାନସଭାରେ ମତଦାନ ପ୍ରକ୍ରିୟା ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ େହାଇଥିଲା। ଛତ୍ରପୁରରେ କିଛି େଭାଟରଙ୍କ ନାମ ତାଲିକାରେ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପାରଳାଖେମୁଣ୍ଡି ଅନ୍ତର୍ଗତ ଡବାରସି ଓ ଲିମରସିଂ ଗ୍ରାମବାସୀ େଭାଟ ବର୍ଜନ କରିଥିଲେ।
ଉଲ୍ଲେଖଥାଉକି, ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା େଶଷ େହବା ସହିତ ବିେଜପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେଂଗ୍ରସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଭାଗ୍ୟ ଇଭିଏମରେ ସିଲ୍ େହାଇଛି। ସେହିଭଳି ରାଜ୍ୟ ସରକାରଙ୍କର ତିନି ଜଣ ମନ୍ତ୍ରୀ ରମେଶ ମାଝୀ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ପୁେଷ୍ପନ୍ଦ୍ର ସିଂହଦେଓ, ପ୍ରଦୀପ ନାୟକ, ଭୂପିନ୍ଦର ସିଂହ, ପ୍ରଦୀପ ପାଣିଗ୍ରାହୀ, ରବି ନାରାୟଣ ନନ୍ଦଙ୍କ ସଂପର୍କରେ େଭାଟର େଯଉଁ ମତ େଦଇଛନ୍ତି, ତାହା ଆସନ୍ତା ମେ’ ୨୩ ତାରିଖରେ ଜଣାପଡ଼ିବ। ବିେରାଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ପୂର୍ବତନ େକନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଭକ୍ତ ଦାସଙ୍କୁ ମିଶାଇ ପାଖାପାଖି ୩୦ ହେଭିେଵଟ୍ େନତାଙ୍କ ଭାଗ୍ୟ ସିଲ୍ େହାଇଛି।
ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, େଯତିକି ବୁଥରେ ଇଭିଏମରେ ତ୍ରୁଟି ଥିବା କୁହାଯାଉଛି, ତାହା ୧ ପ୍ରତିଶତରୁ କମ୍। ତେବେ ମାଲକାନଗିରି ଜିଲ୍ଲାର ମାଥିଲିରେ ୮ଟି ଗାଁର ଲୋକ, ବିକାଶକୁ ପ୍ରସଙ୍ଗ କରି ଭୋଟ୍ ବର୍ଜନ କରିଛନ୍ତି । ସେମାନଙ୍କ ଦାବିକୁ ବିଚାରକୁ ନିଆଯାଇଛି।
ଆଜି ୨୮ଟି ଆସନ ମଧ୍ୟରୁ ୮ଟି ନିର୍ବାଚନମଣ୍ଡଳୀରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଧାର୍ଯ୍ୟ େହାଇଥିଲା। ଅନ୍ୟ ୨୦ଟିରେ ଅପରାହ୍ନ ୪ଟା ଯାଏ େଭାଟ େଦବା ଲାଗି କମିସନ ସମୟ ସ୍ଥିର କରିଥିଲେ।