ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ଜାରି : ସମର୍ଥକଙ୍କ ଗହଣରେ ନାମାଙ୍କନ ଦାଖଲ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମଗ୍ର ରାଜ୍ୟର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ନିମନ୍ତେ କେତେକ ପ୍ରାର୍ଥୀ ବୁଧବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

କୋଟପାଡ଼ ବିଧାନସଭା ଆସନ ଲାଗି ଚନ୍ଦ୍ରଶେଖର ମାଝୀ ତାଙ୍କର ସମର୍ଥକଙ୍କ ଗହଣରେ ଯାଇ ରିଟର୍ଣ୍ଣିଙ୍ଗ୍‌ ଅଫସିରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ନବରଙ୍ଗପୁର କଲେକ୍ଟର୍‌ ଅଫିସରେ ଝରିଗାଁ ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଗୁଣୁପୁର ନିର୍ବାଚନ ମଣ୍ଡଳୀ ଲାଗି ସିପିଆ (ଏମ୍‌ଏଲ୍‌) ପ୍ରାର୍ଥୀ ତ୍ରିପତି ଗମାଙ୍ଗ ତାଙ୍କ ସମର୍ଥକଙ୍କ ଗହଣରେ ପଟୁଆରରେ ଯାଇ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର