କାର୍‌ ଦୁର୍ଘଟଣାରେ ଜଣେ ମୃତ, ଚାଳକ ଗିରଫ

ଚନ୍ଦ୍ରଶେଖରପୁର: ସୋମବାର ବିଳମ୍ବିତ ରାତିରେ ନୀଳାଦ୍ରବିହାର ପେଟ୍ରୋଲ୍‌ ପମ୍ପ ସମ୍ମୁଖରେ ନାଲ୍‌କୋ ଛକକୁ ଯାଉଥିବା ଡମଣା ଗ୍ରାମର ରମେଶ ଚନ୍ଦ୍ର ସାହୁ(୫୮)ଙ୍କୁ ଓଡି-୩୩-ଏଲ୍‌-୪୩୯୧ ନମ୍ବର ବିଶିଷ୍ଟ ଏକ କାର୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଆହତ ରମେଶଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧.୩୦ମିନିଟ୍‌ ସମୟରେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପିସିଆର୍‌କୁ ଫୋନ୍‌ କରିଥିଲେ। ପିସିଆର୍‌ ଘଟଣାସ୍ଥଳକୁ ଆସି ଚାଳକଙ୍କ ସମେତ ଗାଡ଼ିଟିକୁ ଜବତ କରି ଥାନାକୁ ନେଇଥିଲା। ମୃତକଙ୍କ ପୁଅ ସନ୍ତୋଷଙ୍କ ଅଭିଯୋଗକୁ ଭିତ୍ତିକରି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗାଡ଼ି ଚାଳକଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି। ଗିରଫ ଚାଳକ ହେଉଛନ୍ତି ନୟାପଲ୍ଲୀସ୍ଥିତ ଏକାମ୍ର ଭିଲ୍ଲାର ବୁଟୁ ମହାରଣା।

ସମ୍ବନ୍ଧିତ ଖବର