କଣିହାଁ:୧୪୯ ନମ୍ବର ଜାତୀୟ ରାଜପଥରେ କାର୍‌-ଟ୍ରକ୍‌ ଧକ୍କା: ଘଟଣାସ୍ଥଳରେ ତିନି ଯୁବକ ମୃତ

କଣିହାଁ: ଶନିବାର ଭୋର୍‌ ସମୟରେ ପିତିରି-କଣ୍ଟିଆ ୧୪୯ ନମ୍ବର ଜାତୀୟ ରାଜପଥର ନାଇକା ନାଳୀ ଗାଁ ପାଖରେ ଗୋଟାଏ ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଯୁବକ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ଆହତ ଯୁବକଦ୍ୱୟ ମଣ୍ଡାପାଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ରାଉରକେଲା ଅଞ୍ଚଳର ପାଞ୍ଚ ଜଣ ଯୁବକ ଗୋଟାଏ ବିବାହ ଅନୁଷ୍ଠାନରେ ଯୋଗ ଦେବା ପାଇଁ ଓଡି୧୪ଏଚ୍‌୩୪୫୩ ସୁଇଫ୍‌ଟ୍‌ ଡିଜିଆର୍‌ କାର୍‌ରେ ଖୋର୍ଦ୍ଧାର ଜଙ୍କିଆ ଅଞ୍ଚଳକୁ ଯାଇଥିଲେ।

ସେଠାରୁ ରାଉରକେଲା ଫେରିବା ବାଟରେ କଣିହାଁ ବ୍ଲକ୍‌ ସମଲ ଥାନା ଅଧୀନ ବୁରୁକୁନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକାନାଳୀ ଗାଁ ନିକଟରେ ଗୋଟାଏ ଟ୍ରକ୍‌ ତାଙ୍କ କାର୍‌କୁ ଧକ୍କା ଦେଇ ଦ୍ରୁତ ବେଗରେ ଘଟଣାସ୍ଥଳରୁ ଖସି ପଳାଇଥିଲା।

ସ୍ଥାନୀୟ ଲୋକେ ଏବଂ ସମଲ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାଗ୍ରସ୍ତ କାର୍‌ ମଧ୍ୟରୁ ମୃତବ୍ୟକ୍ତିମାନଙ୍କ ଶବ ଉଦ୍ଧାର କରିଥିଲେ ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ।

ମୃତବ୍ୟକ୍ତିମାନେ ହେଉଛନ୍ତି ଫର୍ଟିଲାଇଜର୍‌ ଡି-୩୧ର କ୍ରିଷ୍ଣା ସାହୁ, ଭଞ୍ଜ କଲୋନିର ଭୂପେଶ ସାହୁ, ନବକୃଷ୍ଣ ନଗରର ଧନଞ୍ଜୟ ନାୟକ।

ଆହତମାନେ ହେଲେ ବରର ସାନଭାଇ ଜଲଦା ଅଞ୍ଜଳର ବିକାଶ ମଙ୍ଗରାଜ ଏବଂ ନବକୃଷ୍ଣ ନଗରର ସାଗର ବାରିକ।

ସମ୍ବନ୍ଧିତ ଖବର