ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘରକୁ ହତ୍ୟା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ଦାନ୍ତ ଓ ନଖ ତାଡି ନେଇଛନ୍ତି ଶିକାରୀ: ୱାଇଲଡ ଲାଇଫ ଟିମ

ବରଗଡ଼: ବରଗଡ଼ ଜିଲ୍ଲା ଦେବ୍ରିଗଡ ଅଭୟାରଣ୍ୟରୁ ମହାବଳ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଛି। କିଛି ଦିନ ତଳେ ବନବିଭାଗର ଟ୍ରାପ କ୍ୟାମେରା ଏକ ମହାବଳ ବାଘକୁ ଠାବ କରିଥିଲା । ଟ୍ରାପ କ୍ୟାମେରା ଠାବ କରିଥିବା ବାଘକୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି । କାହିଁକି ନା ଦେବ୍ରିଗଡ ଅଭୟାରଣ୍ୟରେ ମିଳିଥିବା ମହାବଳର ମୁଣ୍ଡକୁ କାଟି ଗଣ୍ଡିରୁ ଅଲଗା କରାଯାଇଥିବା ଜଣା ପଡିଛି । ତେଣୁ ନଖ ଓ ଦାନ୍ତ ପାଇଁ ମହାବଳ ବାଘକୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ସୂଚନା ମିଳିଛି, ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡିବା ପରେ ମହାବଳକୁ ହତ୍ୟା କରିଥିଲେ ଶିକାରୀ । ଏହାପରେ ବାଘର ନଖ ଦାନ୍ତ କାଟି ନେଇ ଜଙ୍ଗଲ ଭିତରେ ଗାତ ଖୋଲି ବାଘ ଉପରେ ମାଟି ଓ ପଥର ଦେଇ ପୋତି ଦେଇଥିଲେ । ମହାବଳକୁ ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ୱାଇଲଡ ଲାଇଫ ଟିମ ମଧ୍ୟ ଯାଇଥିଲା । ଗଳିତ ମୃତଦେହକୁ ଦେଖିବା ପରେ ଏହା ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ୱାଇଲଡ ଲାଇଫ ଟିମ ।

ସମ୍ବନ୍ଧିତ ଖବର