ଦାମଙ୍କ ବିରୋଧରେ ମାମଲା ଦାଏର କଲେ ଚାଷୀ

ପାରାଦୀପ/କୁଜଙ୍ଗ : କୁଜଙ୍ଗ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ମନ୍ତ୍ରୀ ଦାମ ରାଉତ ଚାଷୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଘଟଣା ଏବେ ନୂଆମୋଡ଼ ନେଇଛି। କୁଜଙ୍ଗ ସମାଗୋଳ ଗାଁର ଏହି ଚାଷୀ ଚନ୍ଦ୍ରଶେଖର ଶତପଥୀ ଏ ନେଇ କୁଜଙ୍ଗ କୋର୍ଟରେ ଦାମଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ।

ଏହି ଘଟଣା ପରଦିନ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ରାଉତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କେହି ଚାଷୀ ଆସିନଥିଲେ। ନରି ଶତପଥୀ ପୁଅ ଆସିଥିଲା। ତା ବାପା ଡାକ୍ତରଖାନାରେ ପିଅନ ଥିଲା। ଡାକ୍ତରଖାନାର ୨ବଖରା ଘରକୁ ଜୋର ଜବରଦସ୍ତ ସେ ମାଡ଼ି ବସିଛି। ତା’ ପୁଅ ଚାଷ କାମ କରେନି, ସବୁବେଳେ ଏଣେତେଣେ ବୁଲୁଥାଏ।

ସେହି ବୟାନକୁ ଆଧାର କରି ଧାରା ୫୦୪ରେ ଏକ ମାମଲା ଦାଏର କରାଯାଇଛି। ଏହି ଘଟଣାରେ ସେ ୭ଜଣଙ୍କୁ ସାକ୍ଷୀ କରିଛନ୍ତି ଓ  କୋର୍ଟରୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା ସେ କହିଛନ୍ତି। ମନ୍ତ୍ରୀ ତାଙ୍କୁ ଆକ୍ଷେପ କରି କହିଥିବା ଶବ୍ଦଗୁଡ଼ିକ ତାଙ୍କ ସମ୍ମାନ ହାନି କରୁଥିବାରୁ ସେ ବାଧ୍ୟହୋଇ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର