ଘସିପୁରାରେ ପୁଣି ରାଜନୈତିକ ହି˚ସା, ସନା ସମର୍ଥକଙ୍କୁ ଗୋଡ଼ାଇ ହାଣିଲେ

ମନ୍ତ୍ରୀଙ୍କ ଚତୁର୍ଥ ପୁତ୍ର ନାମରେ ମାମଲା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରାରେ ପୁଣି ରାଜନୈତିକ ହି˚ସା। ହାତୀବନ୍ଧା ନିକଟରେ ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ହଣାକଟା କରାଯାଇଛି। ଯୁବକଜଣକ ହେଲେ ବେଲବାହାଳି ଗ୍ରାମର ପ୍ରଶାନ୍ତ କୁମାର ସାହୁ ଓରଫ୍‌ କୁଲୁ (୩୩)। ଏହି ଘଟଣାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଚତୁର୍ଥପୁତ୍ର ଦେବପ୍ରିୟ ପାତ୍ର ସାମିଲ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ମନ୍ତ୍ରୀଙ୍କ ଦ୍ବିତୀୟ ପୁତ୍ର ଦେବାଶିଷ ପାତ୍ର ତିନୋଟି ସଙ୍ଗୀନ ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିଲାବେଳେ ଆଉ ଜଣେ ପୁଅ ହି˚ସାକାଣ୍ତରେ ସଂପୃକ୍ତି ହେବା ଆଲୋଚନାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ପ୍ରଶାନ୍ତ ଅନେକ ସମୟରେ ମନ୍ତ୍ରୀଙ୍କ ପୁଅ ଦେବାଶିଷଙ୍କ ଆକ୍ରମଣରେ ପୂର୍ବରୁ ଗୁରୁତର ଆହତ ହୋଇଥିବା ସୁବ୍ରତ ଜେନାଙ୍କୁ ସହଯୋଗ କରିବାକୁ ଗୁହାଳିଆ ଗ୍ରାମକୁ ଯାଇଥା’ନ୍ତି। ଗତକାଲି ଦିନ ୧୨ଟାବେଳେ ସେ ସୁବ୍ରତଙ୍କ ପତ୍ନୀ ଊର୍ମିଳାଙ୍କୁ ବାଇକ୍‌ରେ ଘସିପୁରା ବସ୍‌ଷ୍ଟାଣ୍ତକୁ ଛାଡ଼ିବାକୁ ଆଣୁଥିଲେ। ହାତୀବନ୍ଧା ନିକଟରେ ପୂର୍ବରୁ ଜଗି ରହିଥିବା କେତେଜଣ ଯୁବକ ତାଙ୍କୁ ଖଣ୍ତା ଓ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ଊର୍ମିଳା ଅନ୍ୟମାନଙ୍କୁ ଡାକ ପକାଇବାରୁ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଘସିପୁରା ପୁଲିସ୍‌ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଶାନ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର ଓ ତାଙ୍କ ସହଯୋଗୀମାନେ ତାଙ୍କୁ ହାଣିଥିବା ନେଇ ପ୍ରଶାନ୍ତ ପୁଲିସ୍‌ ନିକଟରେ ପ୍ରକାଶ କରିଛନ୍ତି। ପ୍ରଶାନ୍ତ ସନାସେନାର ସମର୍ଥକ। ଅନ୍ୟପକ୍ଷରେ, ଊର୍ମିଳା ଏ ସମ୍ପର୍କରେ ସ୍ଥାନୀୟ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହି ଆକ୍ରମଣରେ ଦେବପ୍ରିୟଙ୍କ ସମେତ ଗୁହାଳିଆ ଗ୍ରାମର ମହରଗ ଜେନା, ମହିଆ ଜେନା, ଭୋଳା ଜେନାଙ୍କ ସମେତ ଆଉ ୧୦/୧୫ଜଣ ସାମିଲ ଥିଲେ। ଏଥିସହିତ, ତାଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ସେ ଅଭିଯୋଗ‌େର ଦର୍ଶାଇଛନ୍ତି। ଆନନ୍ଦପୁର ଏସ୍‌ଡିପିଓ ଦିଲୀପ ବାଗ ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ‘ସମ୍ବାଦ’କୁ କହିଛନ୍ତି। ଦେବପ୍ରିୟ ଗତକାଲି ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ତାଙ୍କୁ ଏହି ମାମଲାରେ ଅଯଥା ସାମିଲ୍‌ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର