ମଞ୍ଜିତ ଦାସଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ପିଏସଓ

ଭୁବନେଶ୍ବର : ଗତ କାଲିର ଗାଳିଗୁଲଜ ଘଟଣାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଞ୍ଜିତ ଦାସଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ନିରାପତ୍ତା ରକ୍ଷୀ ବା ପିଏସଓ । ଅନୁଭବଙ୍କୁ ମଞ୍ଜିତ ଧମକଚମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।
ଗତ ରାତିରେ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ସ୍ଥିତ ବାସଭବନ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ । ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଗଣ୍ଡଗୋଳ କରିଥିବା ଯୁବକ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ନେଇ ଅନୁଭବ ମହାନ୍ତି ପୁଲିସଙ୍କୁ ଫୋନ୍ କରିଥିଲେ ହେଁ, ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରିଥିବା ନେଇ ସାଂସଦ ଟ୍ବିଟ କରିଥିଲେ ।

ସମ୍ବନ୍ଧିତ ଖବର