ଖଜୁରୀପଡା-ଫୁଲବାଣୀ ମୁଖ୍ୟ ରାସ୍ତାରେ ବୁଲାଗୋରୁଙ୍କ ଦୌରାତ୍ମ୍ୟ

ଖଜୁରୀପଡା : ଖଜୁରୀପଡା-ଫୁଲବାଣୀ ମୁଖ୍ୟରାସ୍ତା ଏବେ ପାଲଟିଛି ବୁଲା ଗାଈଗୋରୁଙ୍କ ଆଶ୍ରୟସ୍ଥଳ । ସନ୍ଧ୍ୟା ହେଲା ମାତ୍ରେ ସହରର ବୁଲା ଗାଈଗୋରୁ ମୁଖ୍ୟ ରାସ୍ତାକୁ ଆସି ଶୋଇ ରହୁଥିବା ଜଣାପଡିଛି । ଫଳରେ ଟ୍ରାଫିକ ସମସ୍ୟା ସହ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟିବାର ନଜିର ରହିଛି । ହେଲେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଜଣାପଡିଛି।

ପ୍ରତିଦିନ ଏହି ରାସ୍ତା ଦେଇ ଫୁଲବାଣୀରୁ ଭୁବନେଶ୍ୱରକୁ ବସ ଚଳାଚଳ କରୁଛି । ହେଲେ ଗାଈଗୁଡିକ ରାସ୍ତାରେ ଶୋଇ ରହୁଥିବାରୁ ରାତ୍ରୀକାଳୀନ ବସ ଚଳାଚଳ ନେଇ ସମସ୍ୟା ଉପୁଜିଛି । ଗାଈ ମାଲିକମାନେ ଗାଈକୁ ଜାଣିଶୁଣି ଏଣେତେଣେ ଛାଡି ଦେଉଥିବା ବେଳେ ଏହାର ପ୍ରତିକାର ପାଇଁ ଏବେ ଦାବି ହୋଇଛି।

ସମ୍ବନ୍ଧିତ ଖବର