ଆରଏସପିର ନ୍ୟୁ ପ୍ଲେଟ୍‌ ମିଲ ଡିଜିଏମଙ୍କ ଅଫିସରେ ସିବିଆଇ ଚଢ଼ାଉ

ରାଉରକେଲା:ରାଉରକେଲା ଇସ୍ପାତ କାରଖାନାରେ ଟେଣ୍ଡର ଦୁନୀତି ନେଇ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ନ୍ୟୁ ପ୍ଲେଟ୍‌ ମିଲ ଡିଜିଏମ ରାଜୀବ ରଞ୍ଜନଙ୍କ ଅଫିସ ଓ ଅନ୍ୟ ୮ଟି ସ୍ଥାନରେ ଚଢ଼ାଉ କରିଛି।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ନବୀକରଣ ଓ ସମ୍ପ୍ରସାରଣ ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି । ଏହି ସମ୍ପ୍ରସାରଣ ଓ ନବୀକରଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଅନୀୟମିତତା ହୋଇଥିବା ଦର୍ଶାଇ ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ବି ପି ର୍ବମାଙ୍କୁ ଅନୀୟମିତତା ଅଭଯୋଗରେ ଗତ ୨୦୧୭ ମସିହା ଜାନୁଆରି ୯ ତାରିଖ ଦିନ ସିବିଆଇ ଗିରାଫ କରିଥିଲା। ସେହିପରି ପୁଣି ଥରେ ଆରଏସପିର ଜଣେ ବଡ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ଡିଜିଏମ ରାଜୀବ ରଞ୍ଜନଙ୍କ ରାଉରକେଲା ସେକ୍ଟର ୧୮ସ୍ଥିତ ବି-୧୮୩ ବାସଭବନକୁ ଯାଇଥିଲା। ମାତ୍ର ସେଠାରେ ତାଲା ପଡ଼ିଥିଲା। ରାଜୀବ ରଞ୍ଜନ କୋଲକାତା ଯାଇଥିବାରୁ ତାଙ୍କୁ ରାଉରକେଲା ଫେରିବାକୁ ସିବିଆଇ ପକ୍ଷରୁ କୁହାଯାଇଛିି।

ସମ୍ବନ୍ଧିତ ଖବର