ଡେବ୍ରିଗଡ଼ ଜଙ୍ଗଲରେ ଲାଗିବ ସିସି କ୍ୟାମେରା

ଭୁବନେଶ୍ୱର : ଡେବ୍ରିଗଡ଼ ଜଙ୍ଗଲରେ ବାଘର ମୃତଦେହ ମିଳିବା ପରେ ବନ ବିଭାଗ ପକ୍ଷରୁ ମହାବଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି। କିଛି ଦିନ ପୂର୍ବରୁ ଏହି ଜଙ୍ଗଲରେ ଲାଗିଥିବା ସିସି କ୍ୟାମେରାକୁ ମାଓବାଦୀଙ୍କ ଭୟରେ ଖୋଲି ଦିଆଯାଇଥିଲା। ଏବେ ପୁଣିଥରେ କ୍ୟାମେରା ଲଗାଇ ବାଘ ଉପରେ ନଜର ରଖିବା ଲାଗି ପଦକ୍ଷେପ ନିଆଯାଉଛି। ଏନଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏହି କ୍ୟାମେରା ଲାଗିବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର