ବିପଦ ସମୟରେ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଇଲେ କୋହଲି, ସେହଓ୍ଵାଗ, ଅଭିଷେକ ବଚ୍ଚନ ଓ ଭଜି

ଭୁବନେଶ୍ୱର : ଓଡ଼ିଶା ଏବେ ପ୍ରଳୟଙ୍କରୀ ମହାବାତ୍ୟା ଫନିର ତାଣ୍ଡବରେ ଛାରଖାର ହୋଇଯାଇଛି । ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ଭୁବନେଶ୍ୱର ସହର ବୋଧହୁଏ ୧୦ ବର୍ଷ ତଳକୁ ଚାଲିଯାଇଛି । ବୃକ୍ଷହୀନ ହୋଇଯାଇଛି ଏକଦା ସବୁଜବଳରେ ଥିବା ରାଜଧାନୀ । ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି ।

 

କେତେ କ୍ଷତି ହୋଇଛି ତାହାର କଳନା କରାଯାଇପାରୁନାହିଁ । ମୋଟ କେତେ ଲୋକ ମରିଛନ୍ତି ତାହାର ଏପର୍ଯ୍ୟନ୍ତ ହିସାବ ମିଳିନାହିଁ । ଓଡ଼ିଶାର ଏହି ମହାଦୁର୍ଦ୍ଦିନ ବେଳେ ସମବେଦନା ଜଣାଇଛନ୍ତି ଦେଶର କେତେକ ଲୋକପ୍ରିୟ ସେଲିବ୍ରିଟି ।

 

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ପୂର୍ବତନ କ୍ରିକେଟିୟର ବିରେନ୍ଦ୍ର ସେହଓ୍ଵାଗ, ବଲିଉଡ ତାରକା ଅଭିଷେକ ବଚ୍ଚନ, ରିତେଶ ଦେଶମୁଖ, ହରଭଜନ ସିଂ ପ୍ରମୁଖ ଟ୍ଵିଟ କରି ଓଡିଶା ବାସୀଙ୍କ ନିରାପଦ କାମନା କରିଛନ୍ତି ।

 

ସମ୍ବନ୍ଧିତ ଖବର