କ୍ୟାଟ୍‌ରେ ପ୍ରଶାସନିକ ସଦସ୍ୟଙ୍କ ଯୋଗଦାନ

କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ(କ୍ୟାଟ)ର କଟକ ବେଞ୍ଚରେ ପ୍ରଶାସନିକ ସଦସ୍ୟ ଭାବେ ଗୋକୁଳ ଚନ୍ଦ୍ର ପତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ପତି ଏହା ପୂର୍ବରୁ ଆହ୍ଲାବାଦ ବେଞ୍ଚରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୬ତାରିଖରେ ହାଇଦ୍ରାବାଦରେ ବେଞ୍ଚରେ ବିଚାର ବିଭାଗୀୟ ସଦସ୍ୟ ସ୍ୱରୂପ କୁମାର ମିଶ୍ରଙ୍କ ସହ ଆହ୍ଲାବାଦରେ ଥିବା ପ୍ରଶାସନିକ ଅଧିକାରୀ ଶ୍ରୀ ପତିଙ୍କୁ କଟକ ବେଞ୍ଚକୁ ବଦଳି କରାଯାଇଥିଲା। ଦୁଇ ଅଧିକାରୀଙ୍କ ଯୋଗ ଦାନ ପରେ କ୍ୟାଟରେ ବିଚାର ପ୍ରକ୍ରିୟାକୁ ନେଇ ରହିଥିବା ସମସ୍ୟା ଦୂର ହୋଇଛି।

ସମ୍ବନ୍ଧିତ ଖବର