ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ବରେ ଏକ ୮ଜଣିଆ ପ୍ରତିନିଧି ଦଳ ତିତଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଆସନ୍ତାକାଲି ଏହି ପ୍ରତିନିଧି ଦଳ ଓଡ଼ିଶାରେ ଆସି ପହଞ୍ଚୁଛନ୍ତି। ଦୁଇ ଦିନିଆ ଏହି ଗସ୍ତ କାର୍ଯ୍ୟକ୍ରମରେ ସେମାନେ ବିଭିନ୍ନ ଦଳରେ ବିଭକ୍ତ େହାଇ ଗଞ୍ଜାମ ଓ ଗଜପତି ଜିଲ୍ଲା ବୁଲିବେ ଓ ୨ତାରିଖ ଅପରାହ୍ନରେ ରାଜ୍ୟ ସରକାରଙ୍କ ସହିତ ସଚିବାଳୟରେ ଆେଲାଚନା କରିବାର କାର୍ଯ୍ୟକ୍ରମ ରହିଛି।

ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଘଂଲ, ସଡକ ପରିବହନ ମନ୍ତ୍ରାଳୟର ଆଞ୍ଚଳିକ ନିେର୍ଦଶକ ରାେକଶ କୁମାର, ଜଳସଂପଦ ବିଭାଗ ଅନ୍ତର୍ଗତ କେନ୍ଦ୍ରୀୟ ଜଳ ଆେୟାଗର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗ ପାଟନାର ନିେର୍ଦଶକ ବୀରେନ୍ଦର ସିଂହ, ପାନୀୟ ଜଳ ଓ ପରିମଳ ସଂସ୍ଥାର ବରିଷ୍ଠ ପରାମର୍ଶଦାତା ଜି ଆର୍ ଜାଗର, ଆର ବି କାଉଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁଶାସନ ସଚିବ ଗୁଲଜରିଲାଲ ପ୍ରମୁଖ ସାମିଲ ଅଛନ୍ତି। ଏମାେନ ଆସନ୍ତାକାଲି ସକାେଳ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ରଙ୍ଗେଇଲୁଣ୍ଡା ଯିବେ। ସେଠାରୁ ସେମାେନ ବିଭିନ୍ନ ଅଞ୍ଚଳ ଗସ୍ତ କରିେବ।

ଏହି ପ୍ରତିନିଧି ଦଳ ଓଡ଼ିଶା ଆସି ସ୍ଥିତି ବୁଲି ଦେଖିବା ପରେ ସପ୍ତାହକ ମଧ୍ୟରେ ସେମାନଙ୍କ ରିେପାର୍ଟ ଦେବେ। ତାଙ୍କ ରିେପାର୍ଟ ଉପରେ ସହାୟତା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। କେବଳ ସେତିକି ନୁେହଁ, ତିତଲି ଭୀଷଣ ବିପର୍ଯ୍ୟୟର ମାନ୍ୟତା ପାଇବ କି ନାହିଁ, ତାହା ମଧ୍ୟ ଏହି ପ୍ରତିନିଧି ଦଳର ରିେପାର୍ଟ ଆଧାରରେ ନିର୍ଣ୍ଣୟ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏସ୍‌ଡିଆରଏଫ୍‌) ସହିତ ଜାତୀୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏନ୍‌ଡିଆରଏଫ୍‌)ରୁ ୨୦୧୪.୦୯ କୋଟି ପ୍ରଦାନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ନିେବଦନ କରିଥିେଲ। ବିଶ୍ବସ୍ତ ସୂତରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ୨୨୯ କୋଟି ୫ଲକ୍ଷ ଦ୍ବିତୀୟ କିସ୍ତି ଅଗ୍ରୀମ ପ୍ରଦାନ କରିଛନ୍ତି। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବାଙ୍କୁ ପତ୍ର େଲଖି ଦ୍ବିତୀୟ କିସ୍ତି ବାବଦରେ ୩୮୯ କୋଟି ୨୫ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରିବା ଲାଗି ଦାବି ଜଣାଇଥିେଲ। ଏହା ରାଜ୍ୟରେ ରିଲିଫ ଓ ଥଇଥାନ କାର୍ଯ୍ୟକୁ ତ୍ବରାନ୍ବିତ କରିବାେର ସାହାଯ୍ୟ କରିବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର