କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ମିଳିତ ମଞ୍ଚର ନିଷ୍ପତ୍ତି : ଜାନୁଆରି ୮ରୁ ୨ ଦିନିଆ ଧର୍ମଘଟ

ଭୁବନେଶ୍ବର : କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ ମିଳିତ ମଞ୍ଚର ସମ୍ମିଳନୀ ଆଜି ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରି ୮ ଓ ୯ ତାରିଖରେ ଦିଆଯାଇଥିବା ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି। ଡିସେମ୍ବର ୧୦ତାରିଖ ସୁଦ୍ଧା ଜିଲ୍ଲା ଓ ଶିଳ୍ପ କେନ୍ଦ୍ରମାନଙ୍କରେ ବୈଠକ ଓ ଶୋଭାଯାତ୍ରା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଶ୍ରମିକ ଓ ସାଧାରଣ ଜନତାଙ୍କୁ ଏଥିରେ ସାମିଲ କରାଯିବ ବୋଲି ଘୋଷଣା ହୋଇଛି। ସର୍ବନିମ୍ନ ମଜୁରି ୧୮ହଜାର ଟଙ୍କା ଓ ପେନ୍‌ସନ୍‌ ୬ ହଜାର ଟଙ୍କା, ସ୍କିମ୍‌ ୱାର୍କର୍‌ଙ୍କୁ ଶ୍ରମିକ ମାନ୍ୟତା, ଠିକା ଶ୍ରମିକ ପ୍ରଥା ଉଚ୍ଛେଦ, ସମାନ କାମକୁ ସମାନ ଦରମା, ଦରଦାମ୍‌ ନିୟନ୍ତ୍ରଣ ପ୍ରଭୃତି ଦାବି ନେଇ ଏହି ଧର୍ମଘଟ ହେବ ବୋଲି ମଦନ ଧଳ, ଅଶୋକ ଦାସ, କୃଷ୍ଣଚନ୍ଦ୍ର ପାତ୍ର, ଲମ୍ବୋଦର ନାୟକ, ଶମ୍ଭୁନାଥ ନାୟକ, ନିତ୍ୟକିଶୋର ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି। ଏଥିରେ ବ୍ୟାଙ୍କ, ବୀମା, ବିଦ୍ୟୁତ୍‌, ଇସ୍ପାତ, ଖଣି, ତୈଳ, ଗମନାଗମନ, ରେଲ୍‌ୱେ, ଡାକ, ବିଏସ୍‌ଏନ୍‌ଏଲ୍‌ ପ୍ରଭୃତି ବିଭାଗରୁ କର୍ମଚାରୀଙ୍କ ସମେତ ଅଟୋ ଚାଳକ, କ୍ଷୁଦ୍ର ବ୍ୟବସାୟୀ ପ୍ରମୁଖ ୫ଶହରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର