୨୦୧୫-୧୬ରେ ୮ଟି ଯୋଜନା ବନ୍ଦ କରିଛି କେନ୍ଦ୍ର

ଭୁବନେଶ୍ବର : ୨୦୧୫-୧୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୮ଟି ଯୋଜନା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି। ସେଗୁଡ଼ିକ ହେଲା ଜାତୀୟ ଇ-ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଯୋଜନା, ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି, ଆରକ୍ଷୀ ବାହିନୀର ଆଧୁନିକୀକରଣ, ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତିକରଣ ଅଭିଯାନ, ରପ୍ତାନୀ କାରବାର ପାଇଁ ଭିତ୍ତିଭୂମି ଉନ୍ନୟନ ସହାୟତା, ବ୍ଲକ୍ ସ୍ତରରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଯୋଜନା, ଖାଦ୍ୟ ପ୍ରକ୍ରିୟାକରଣର ଜାତୀୟ ମିସନ୍‌ ଓ ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ଅନୁଦାନ।

ଆଜି ବିଧାନସଭାରେ ଶାସକ ଦଳର ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ‌େ‌ବହେରା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ଅନେକ ଗୁଡ଼ିଏ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟକୁ ମିଳୁଥିବା କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶକୁ ୬୦:୪୦ କରିବା ଦ୍ବାରା ରାଜ୍ୟ ଅଂଶ ବୃଦ୍ଧି ପାଇଲା। ସେହିପରି ସ୍ବାଭାବିକ କେନ୍ଦ୍ରୀୟ ଅନୁଦାନ ଆକାରରେ ମିଳୁଥିବା କେନ୍ଦ୍ରୀୟ ସହାୟତା ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେହିପରି ଚତୁର୍ଦ୍ଦଶ ଅର୍ଥ କମିସନ୍‌ଙ୍କ ସୁପାରିସ୍‌ କ୍ରମେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ର କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶ ଯଥାକ୍ରମେ ୯୦ ପ୍ରତିଶତ ଓ ୧୦ ପ୍ରତିଶତ ହେବାର ଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ଅଂଶ ଢାଞ୍ଚାରେ ପରିବର୍ତ୍ତନ କରି ଜିଏସ୍‌ଟି ଲାଗୁ ହେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ଅନୁପାତ ଅନୁସାରେ କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶ ଯଥାକ୍ରମେ ୭୫ ଓ ୨୫ ପ୍ରତିଶତ ରଖିଥିଲେ। ୨୦୧୭ ଜୁଲାଇ ମାସ ୧ ତାରିଖରୁ ଜିଏସ୍‌ଟି ଲାଗୁ ହେଲା ପରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଏସ୍‌ଡିଆର୍‌ଏଫ୍‌ରେ କେନ୍ଦ୍ର ଅଂଶ ୯୦ ପ୍ରତିଶତ ହିସାବରେ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ବନ୍ଦ ହୋଇଯାଇଥିବା ଯୋଜନାଗୁଡ଼ିକ ମଧ୍ୟରୁ କିଛି ଗୁରୁତ୍ବପୂର୍ଣ୍ଣ ଯୋଜନା ଚାଲୁ ରଖିବା ପାଇଁ ରାଜ୍ୟ ସରାର ନିଜସ୍ବ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ଅର୍ଥ ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର