କଲେଜରେ ଖୋଲିବ ସାର୍ଟିଫିକେଟ୍‌ ପାଠ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଇଗ୍ନୋ ପକ୍ଷରୁ ୬ ମାସିଆ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ଖୋଲିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ଆଜି ଇଗ୍ନୋର ଆଞ୍ଚଳିକ ନିର୍ଦେଶକଙ୍କ ନିକଟକୁ ଚିଠି ଲେଖି ଜଣାଇଛନ୍ତି। ଏଥିସହ ଇଗ୍ନୋ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ରାଜିନାମା ସ୍ୱାକ୍ଷର ପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଅଧ୍ୟକ୍ଷ ଥିବା ବେଳେ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ଜୟପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ସଦସ୍ୟ ରହିଛନ୍ତି। ପିଟିସିର ଅଧିକାରୀଙ୍କୁ ମେମ୍ବର ଆବାହକ ରଖାଯାଇଛି।

ସମ୍ବନ୍ଧିତ ଖବର