ସିଇଟି ପ୍ରଫେସରଙ୍କ ପରଲୋକ

ଭୁବନେଶ୍ବର : କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ହେମନ୍ତ ଦାଶଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଜଣେ ଛାତ୍ରବତ୍ସଳ ଅଧ୍ୟାପକ ତଥା ଦକ୍ଷ ପ୍ରଶାସକ ଭାବେ ତାଙ୍କର ଖ୍ୟାତି ରହିଥିଲା। ରାଉରକେଲାସ୍ଥିତ ଆର୍‌ଇସି(ବର୍ତ୍ତମାନର ଏନ୍ଆଇଟି)ରୁ ଏମ୍‌ଟେକ୍ କଲା ପରେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରୁ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ସିଇଟିରେ ଦୀର୍ଘ ୨୫ ବର୍ଷ ଧରି ଅଧ୍ୟାପନା କରି ଆସୁଥିଲେ। ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌ରେ ସେ ଭୂକମ୍ପ ଇଞ୍ଜିନିୟରିଂ ଉପରେ ଗବେଷଣା କରି ପିଏଚ୍‌ଡି ହାସଲ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଉଚ୍ଚକ୍ଷମତାସମ୍ପନ୍ନ କମିଟିରେ ସେ ବୈଷୟିକ ବିଶେଷଜ୍ଞ ଭାବେ ମନୋନୀତ ହୋଇଥିଲେ। ସ୍ବର୍ଗତ ଦାଶଙ୍କ ନିଜ ଘର ବାଲେଶ୍ବର ଜିଲ୍ଲା‌ ଆଳଦା ଗ୍ରାମରେ।

ସମ୍ବନ୍ଧିତ ଖବର