ଉପକୂଳରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ଉପରୁ ଟଳିନି କାଳବୈଶାଖୀ ଆଶଙ୍କା। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ଦିନରେ ତାପମାତ୍ରା ବଢ଼ିବ। ଅପରାରେ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ସହ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କହୁଛି ଉପକୂଳ ଓଡ଼ିଶା ସ୍ଥିତିରେ ସେଭଳି ପରିବର୍ତନ ହେବ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ଏପ୍ରିଲ ୧୫ରୁ ୧୭ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱାଭାବିକ ସ୍ଥିତି ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବାଧିକ ୨୯ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୮.୫, ଟିଟିଲାଗଡ଼ରେ ୫, ପାରାଦୀପରେ ୪.୮, ଦାରିଙ୍ଗବାଡ଼ିରେ ୪, ଚାନ୍ଦବାଲିରେ ୩.୧, ଭୁବନେଶ୍ୱରରେ ୩, ହୀରାକୁଦରେ ୨ ମି.ମି. ବର୍ଷା ହୋଇଛି। ଅନ୍ୟ କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର