ଚାନ୍ଦବାଲି: ବୈତରଣୀ ନଦୀକୂଳରୁ ମୃତ କୁମ୍ଭୀର ଉଦ୍ଧାର

ଚାନ୍ଦବାଲି: ଆଜି ପୂର୍ବାହ୍ନରେ ଭଦ୍ରଖ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ଓରାସାହି ପଞ୍ଚାୟତର କଉଡ଼ିଆପାଳ ଗାଁ ନିକଟ ବୈତରଣୀ ନଦୀକୂଳରେ ଗ୍ରାମବାସୀମାନେ ଏକ ୧୦ ଫୁଟିଆ ମୃତ ବଉଳା କୁମ୍ଭୀର ଭାସୁଥିବା ଠାବ କରିଥିଲେ।

ଏ ସମ୍ପର୍କରେ ଭଦ୍ରକ-ଚାନ୍ଦବାଲି ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେବା ପରେ ବନ ବିଭାଗ ଲୋକେ ଆସି ମୃତ କୁମ୍ଭୀରଟିକୁ ପାଣିରୁ ଉଦ୍ଧାର କରିଛନ୍ତି।

ମୃତ କୁମ୍ଭୀରଟି ମାଈ ଏବଂ ସେ ଅନ୍ତଃସତ୍ତ୍ୱା ଥିବା କଥା ବନ ବିଭାଗ ଜଣାଇଛନ୍ତି। ଏହି ୧୦ ଫୁଟ୍‌ ୧୦ ଇଞ୍ଚ୍‌ ଲମ୍ବ କୁମ୍ଭୀରଟି କେଉଁ କାରଣ ଯୋଗୁଁ ମରିଛି ତାହା ଶବ ବ୍ୟବଚ୍ଛେଦ କରାଯିବା ପରେ ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର