ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା : ସରିଲା ବାହାର ଚାପ, ଆଜିଠୁ ଭିତର ଚାପ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାର ବାହାର ଚନ୍ଦନ ତଥା ଚାପ ଖେଳ ଆଜି ପବିତ୍ର ଭଉଁରୀ ତିଥିରେ ଶେଷ ହୋଇଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପ୍ରଭୁ ରାମକୃଷ୍ଣ ଆଜି ବାହାର ଚାପ ଖେଳ ଶେଷ କରି ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିଛନ୍ତି। ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭିତର ଚନ୍ଦନ ତଥା ଚାପ ଖେଳ ହେବ। ବାହାର ଓ ଭିତର ଚାପକୁ ମିଶାଇ ମହାପ୍ରଭୁ ୪୨ ଦିନ ଚାପ ଖେଳନ୍ତି। ବାହାର ଚନ୍ଦନଯାତ୍ରା ୨୧ ଦିନ ଓ ଭିତର ଚନ୍ଦନଯାତ୍ରା ବି ୨୧ ଦିନ ପାଳିତ ହୋଇଥାଏ। ଆସନ୍ତାକାଲି ହଳଦୀପାଣି ଖେଳ ଶେଷ ପରେ ଭିତର ଚାପ ଆରମ୍ଭ ହେବ।

ସମ୍ବନ୍ଧିତ ଖବର