ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା : ୩ ଦିନ ପରେ ଦିନରେ ଖେଳିଲେ ଚାପ

ପୁରୀ : ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭର ତିନି ଦିନ ପରେ ଚାପ ଖେଳ ସ୍ୱାଭାବିକ ହୋଇଛି। ଆଜି ମହାପ୍ରଭୁ ଦିନ ଚାପ ଖେଳ ଦିନରେ ଖେଳିଥିବା ବେଳେ ପୂର୍ବ ନିର୍ଧାରିତ ନୀତି ଅନୁସାରେ ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରୁ ବାହାରିବା ପରେ ବିମାନରେ ବିଜେ ହୋଇ ନରେନ୍ଦ୍ରରେ ଚାପ ଖେଳିଛନ୍ତି। ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ସ୍ୱତନ୍ତ୍ର ମଣି ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ସହ ନନ୍ଦା ଓ ଭଦ୍ରାରେ ବସି ନୌବିହାର କରିଥିଲେ। ସେପଟେ ପବିତ୍ର ଅକ୍ଷୟ ତୃତୀୟାରୁ ଚନ୍ଦନଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରତିଦିନ ଦିନ ଓ ରାତି ଚାପ ମହାପ୍ରଭୁ ରାତିରେ ଖେଳୁଥିଲେ। ଆଜି କିନ୍ତୁ ମହାପ୍ରଭୁ ଦିନ ଚାପ ଦିନରେ ଓ ରାତି ଚାପ ରାତିରେ ଖେଳିଛନ୍ତି। ରାତି ଚାପ ସରିବା ପରେ ମହାପ୍ରଭୁ ଓ ଅନ୍ୟମାନେ ଶ୍ରୀମନ୍ଦିରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର