କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି କଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନିଜ ସଂସଦୀୟ କ୍ଷେତ୍ରରେ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଦାବି କରିଛନ୍ତି | ୧୭ ତମ ଲୋକସଭାର ସବୁଠାରୁ କନିଷ୍ଠ ସାଂସଦ ଚନ୍ଦ୍ରାଣୀ ନିଜର ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ରଥଯାତ୍ରା ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ | ଏହାପରେ ଚନ୍ଦ୍ରାଣୀ କହିଥିଲେ ଯେ କେନ୍ଦୁଝର ଜିଲ୍ଲାରେ ପ୍ରାକୃତିକ ସମ୍ବଳ ଭରପୂର ଭାବେ ଥିବାବେଳେ ଦେଶ ଓ ଦେଶ ବାହାରକୁ ରପ୍ତାନୀ କରାଯାଉଛି |

କିନ୍ତୁ କେନ୍ଦୁଝରର ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ .ରୋଜଗାର ଅଭାବରୁ ବାହାର ଜିଲ୍ଲାକୁ କାମ ଖୋଜିବାକୁ ଯାଉଛନ୍ତି | ରାଉରକେଲାରେ ଥିବା ଷ୍ଟିଲ ପ୍ଲାଣ୍ଟ ଭଳି କେନ୍ଦୁଝରରେ ମଧ୍ୟ ଇସ୍ପାତ କାରଖାନାଟିଏ ସ୍ଥାପନ କରିବାକୁ ଚନ୍ଦ୍ରାଣୀ ଦାବି କରିଛନ୍ତି |

ଏହି କାରଖାନା ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ଚନ୍ଦ୍ରାଣୀ କହିଥିଲେ | ଏଠାରେ ସୂଚନା ଥାଉ କି କେନ୍ଦୁଝର ଲୋକସଭା ନିର୍ବାଚନରେ ଦୁଇ ଥରର ସାଂସଦ ବିଜେପିର ଅନନ୍ତ ନାୟକଙ୍କୁ ୬୬ ହଜାର ଭୋଟରେ ପରାସ୍ତ କରିଥିଲେ |

ସମ୍ବନ୍ଧିତ ଖବର