୪ ଓଏଏସ୍‌ଙ୍କୁ ବଦଳି

ଭୁବନେଶ୍ବର: ଆଜି ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ ୪ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି। ବୌଦ୍ଧ ଜିଲ୍ଲାର ଏଡିଏମ୍‌ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଗଜପତି ଜିଲ୍ଲାର ଏଡିଏମ୍‌ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନକୁ ଗଜପତି ଜିଲ୍ଲାର ଏଡିଏମ୍‌ ରମାକାନ୍ତ ସେଠୀ ବଦଳି ହୋଇଛନ୍ତି। ଖଲ୍ଲିକୋଟର ପୂର୍ବତନ ତହସିଲ୍‌ଦାର ସରୋଜ କୁମାର ବେହେରାଙ୍କୁ ମୟୂରଭଞ୍ଜ ଜିଲ୍ଲାର ‌ବିଶୋଇକୁ ବଦଳି କରାଯାଇଥିଲା। କିନ୍ତୁ ଆଜି ସେହି ଆଦେଶକୁ ବାତିଲ କରି ତାଙ୍କୁ ପାରଳାଖେମୁଣ୍ଡିର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଖୋର୍ଧା ଡିୟୁଡିଏର ପିଡି ପ୍ରଭାତ କୁମାର ମହାପାତ୍ରଙ୍କୁ ଗଜପତି ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର