ଆଇପିଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ୍ ଓ ଓପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଜେଲ୍ ବିଭାଗ, କ୍ରାଇମ୍‌ବ୍ରା‌ଞ୍ଚ ଏସ୍‌ଟିଏଫ୍, ଭିଜିଲାନ୍ସରେ କେତେକ ପଦାଧିକାରୀଙ୍କ ବଦଳି େହାଇଛି। ଦୀର୍ଘ ଦିନ ଧରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୮୪ ବ୍ୟାଚର ଆଇପିଏସ୍ ଅଫିସର ରମେଶ ପ୍ରସାଦ ସିଂହ ଓଡ଼ିଶା ଫେରିଛନ୍ତି। ତାଙ୍କୁ ସରକାର ଜେଲ୍ ବିଭାଗ ଡିଜି ଭାବେ ନୂଆ ନିଯୁକ୍ତି େଦଇଛନ୍ତି। ଜେଲ ଏଡିଜି ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି। ଭିଜିଲାନ୍ସ ଆଇଜି ତଥା ୨୦୦୦ ବ୍ୟାଚର ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। ସମ୍ବଲପୁର ବିଶ୍ବବିଦ୍ୟା‌ଳୟ ରେଜିଷ୍ଟର ତଥା ୨୦୦୧ ବ୍ୟାଚର ଆଇପିଏସ୍ ଡ. ସୂର୍ଯ୍ୟା ଥାଙ୍କପାନଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ବଦଳି କରାଯାଇଛି। ୨୦୦୩ ବ୍ୟାଚର ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କୁ ସଶସ୍ତ୍ର ବଳ ଡିଆଇଜି ଭାବେ ବଦଳି କରାଯାଇଛି।

ଆର୍‌ପି ସିଂହଙ୍କୁ ଜେଲ୍ ଦାୟିତ୍ବ
ହିମାଂଶୁ ଲାଲ ସଶସ୍ତ୍ର ବଳ ଡିଆଇଜି

ସେହିପରି ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମି ଆଡିସନାଲ ଏସ୍‌ପି( ଓପିଏସ) ପ୍ରଭାକର ସ୍ବାଇଁଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଯାଜପୁର ବରୀ ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏସ୍‌ପି ଭାବେ ବଦଳି କରାଯାଇଛି। ସମ୍ବଲପୁରର ଅତିରିକ୍ତ ଏସ୍‌ପି ଶ୍ରୀକ୍ରିଷ୍ଣା ବେହେରା ପଦୋନ୍ନତି ପାଇ ଇନଚାର୍ଜ ଏଆଇଜି ମେରାଇନ୍‌, ଭୁବନେଶ୍ବରକୁ ବଦଳି ହୋଇଛନ୍ତି। ତେବେ ଜେଲ ଏଡିଜି ବିନୟାନନ୍ଦ ଝା ଓ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କ ବଦଳିକୁ ନେଇ ଚର୍ଚା େଜାର ଧରିଛି। ଜେଲ୍ ବିଭାଗରେ ହୋଇଥିବା ଦୁର୍ନୀତି ଅଭିଯୋଗ ଏଡିଜି ଶ୍ରୀ ଝାଙ୍କ ବଦଳିର କାରଣ େବାଲି କୁହାଯାଉଥିବା ବେଳେ ଡିଆଇଜି ହିମାଂଶୁ ଲାଲଙ୍କ ବଦଳି ଏବେ ରହସ୍ୟମୟ। ଗ୍ୟାଙ୍ଗଷ୍ଟର ଟିଟୋ, ମାଧ ଖୁଣ୍ଟିଆ ଭଳି ଅପରାଧୀଙ୍କୁ ଗିରଫ କରି ଚର୍ଚାକୁ ଆସିଥିଲେ ହିମାଂଶୁ। େହଲେ ହଠାତ୍ ଏହି ମାମଲା େଯଭଳି ଶୀତଳ ପଡିଥିଲା, ତାହାକୁ େନଇ ପ୍ରଶ୍ନ ଉଠିଥିଲା।

ସମ୍ବନ୍ଧିତ ଖବର