ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ଜାରି

ଭୁବନେଶ୍ୱର : ଭକ୍ତଙ୍କ ଦକ୍ଷିଣା ସଂପର୍କରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଆଜି ପୁରୀରେ ଛତଶା ନିଯୋଗ ବୈଠକ ବସିଛି । ଏହି ବୈଠକରେ ପୁରୀ ଜିଲ୍ଲା ଜଜ୍‌ ଅମ୍ବୁଜ ମୋହନ ଦାସ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ ଜେନା, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ମୁଖ୍ୟ ପ୍ରଶାସନ ଶ୍ରୀ ଜେନା କହିଛନ୍ତି ଯେ ବୈଠକରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ପ୍ରଶାସନ ଯେଉଁସବୁ ପଦକ୍ଷେପ ନେଇଛି ତାହା ସେବାୟତମାନଙ୍କୁ ଜଣାଇଦିଆଯାଇଥିଲା । ଏ ସଂପର୍କରେ ଯଦି ସେବାୟତ ମାନଙ୍କର କୌଣସି ଆପତ୍ତି ଥାଏ, ତେବେ ସେମାନେ ସତ୍ୟପାଠ ଜରିଆରେ ଜିଲ୍ଲା ଜଜଙ୍କୁ ଜଣାଇବେ ଓ ଜିଲ୍ଲା ଜଜ ସେ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ ।
ଏହାପୂର୍ବରୁ ଆଜି ଅପରାହ୍ନରେ ଜିଲ୍ଲା ଜଜ ଶ୍ରୀ ମନ୍ଦିର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । ଏହା ସହିତ ସେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର