କଂଗ୍ରେସ ଆସିଲେ ଦୁଇ ଦିନରେ କୃଷିଋଣ ଛାଡ଼, ନୂଆପଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ତରବୋଡ଼/ନୂଆପଡ଼ା : ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବା ଭଳି ଚଳିତ ନିର୍ବାଚନରେ ଓଡିଶାରେ କଂଗ୍ରେସର ବିଜୟଧାରା ଜାରି ରହିବ ବୋଲି ନୂଆପଡ଼ା‌ ଜିଲ୍ଲା କୋମନା ବ୍ଲକ ତରବୋଡ଼ରେ ଆୟୋଜିତ କଂଗ୍ରେସର ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ଛତିଶଗଡ଼ରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପାଳନ କରିଛି। ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଦୁଇଦିନରେ କୃଷିଋଣ ଛାଡ଼ କରାଯିବ ବୋଲି ଶ୍ରୀ ବାଘେଲ କହିଥିଲେ।

ସଭାକୁ ଅଙ୍କିତ ସିଂଘାଇ ପରିଚାଳନା କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଅନିଲ ଚୌଧୁରୀ, ଛତିଶଗଡ ବିଧାୟକ ଦ୍ବାରିକାଧୀଶ ଯାଦବ, ଆଲୋକ ଗୁରୁ ପ୍ରମୁଖ। ନୂଆପଡା ବିଧାନସଭା ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଅମିତ ଅହୀର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର