କମିସନଙ୍କ ଷଷ୍ଠ ପର୍ଯ୍ୟାୟ ପଦକ୍ଷେପ, ଆସ୍ଥାର ୨ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

ପ୍ରୟାଗ ଗ୍ରୁପ୍‌କୁ ୪ ହଜାର ଜମାକାରୀଙ୍କ ପ୍ରସଙ୍ଗରେ ନୋଟିସ୍‌

କଟକ: ରାଜ୍ୟରେ ଚିଟ୍‌ଫଣ୍ତ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ଷଷ୍ଠ ପର୍ଯ୍ୟାୟରେ ଆସ୍ଥା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ୨ ହଜାର ୧୮୬ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ୨୦୧୮, ଅଗଷ୍ଟ ୯ରେ କମିସନ୍‌ ଆସ୍ଥା ଗ୍ରୁପ୍‌ର ଓଡ଼ିଶା ମୁଖ୍ୟ ଶୁଭ୍ରା˚ଶୁ ଶେଖର ଲେଙ୍କା, ସିଏମଡି ସନ୍ତୋଷ କିଶନ ସପ୍‌କଲେ ଓ ଏମ୍‌ଡି ଚନ୍ଦ୍ରସି˚ ଶିବାଜୀଭାଇ ଚୌହାଣଙ୍କୁ ୨ ହଜାର ୧୮୬ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ପକ୍ଷ ରଖିବାକୁ ନୋଟିସ୍‌ ଜାରି କରିଥିଲେ। ଝାରପଡା ସ୍ବତନ୍ତ୍ର ଜେଲରେ ଥିବା ଆସ୍ଥା ସ˚ସ୍ଥାର ଏହି ପ୍ରମୁଖ ପଦାଧିକାରୀଙ୍କୁ ଜେଲ ଅଧୀକ୍ଷକଙ୍କ ଜରିଆରେ ନୋଟିସ୍‌ ପ୍ରଦାନ କରାଯାଇଥିଲା। ଶ୍ରୀ ସପ୍‌କଲେ ଓ ଶ୍ରୀ ଚୌହାଣଙ୍କ କମିସନଙ୍କ ନିକଟରେ ଦାଖଲ କରିଥିବା ଜବାବରେ ଦର୍ଶାଇଥିଲେ ଯେ ସ˚ସ୍ଥାର କାର୍ଯ୍ୟାଳୟ, ଆକାଉଣ୍ଟ ଓ ସର୍ଭର ପୁଲିସ ଜବତ କରିଥିବାବେଳେ ସେମାନେ ଗିରଫ ପରେ ଜେଲ୍‌ରେ ରହିଛନ୍ତି। ଏପରି ପରିସ୍ଥିତିରେ ନୋଟିସ୍‌ରେ ଉଲ୍ଲେଖ କରାଯାଇଥିବା କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ଯାଞ୍ଚ କରିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଶ୍ରୀ ଲେଙ୍କା ନୋଟିସ୍‌ ପାଇ ମଧୢ କୌଣସି ଜବାବ ରଖି ନଥିଲେ। ଏପରି ପରିସ୍ଥିତିରେ କମିସନ୍‌ ଆସ୍ଥାର ୨ ହଜାର ୧୮୬ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥିସହିତ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଏହି ଜମାକାରୀଙ୍କ ପ୍ରସ˚ଗରେ ଉଲ୍ଲେଖ କରାଯିବ ବୋଲି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉତ୍କଳ ଭାରତୀ ରିୟଲକନ୍‌ ଲିମିଟେଡ୍‌ର ୧୩୦୮ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍‌ ଚିହ୍ନଟ କରିଛନ୍ତି। ଏ ସ˚ପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ସ˚ସ୍ଥା ପକ୍ଷରୁ କୌଣସି ପଦାଧିକାରୀ କମିସନଙ୍କ ନିକଟରେ ହାଜର ହୋଇ ନ ଥିଲେ। ଫଳରେ ସତ୍ୟପାଠରେ ଥିବା ତଥ୍ୟକୁ ଆଧାର କରି କମିସନ୍‌ ଏହି ସ˚ସ୍ଥା ଦ୍ବାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି।

ଅନ୍ୟପକ୍ଷରେ କମିସନ୍‌ ଷଷ୍ଠ ପର୍ଯ୍ୟାୟରେ ପ୍ରୟାଗ ଗ୍ରୁପ୍‌କୁ ୪ ହଜାର ୧୯୪ ଜଣ ଓ ରିୟଲ ଭିଜନ ଇଣ୍ଟରନ୍ୟାସନାଲ ଲିମିଟେଡକୁ ୧ ହାଜର ୧୮୪ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ନୋଟିସ୍‌ ଜାରି କରିଛନ୍ତି। ଷଷ୍ଠ ପର୍ଯ୍ୟାୟରେ ହାଇଟେକ୍‌ ଇଷ୍ଟେଟ୍‌ ଆଣ୍ତ୍‌ ପ୍ରମୋଟର୍ସ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ମଧୢ କମିସନ୍‌ କ୍ଷୁଦ୍ର ଜମାକାରୀଙ୍କ ପ୍ରସ˚ଗରେ ନୋଟିସ୍‌ ଜାରି କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ୨୫୩ଟି ସତ୍ୟପାଠ ଯାଞ୍ଚ କରି କମିସନ୍‌ ବିଭିନ୍ନ ଅର୍ଥଲଗାଣକାରୀ ସ˚ସ୍ଥାକୁ ନୋଟିସ୍‌ ଜାରି କରୁଛନ୍ତି। ଏଥିମଧୢରେ ରାଜ୍ୟ ବାହାରର ମହାରାଷ୍ଟ୍ର, ଗୁଜରାଟ, କେରଳ, ପଶ୍ଚିମବଙ୍ଗ, ମଧୢପ୍ରଦେଶ, ଝାଡଖଣ୍ତ, ଦିଲ୍ଲୀ, ପଞ୍ଜାବ, ଆନ୍ଧ୍ର ପ୍ରଦେଶର କେତେକ ସ˚ସ୍ଥାକୁ ମଧୢ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ତଦନ୍ତ ମାମଲାର ଶୁଣାଣି ସମୟରେ ଅଧିକା˚ଶ ସ˚ସ୍ଥାର ପଦାଧିକାରୀ କମିସନଙ୍କ ନିକଟରେ ହାଜର ହେଉ ନଥିବା ଜଣା ଯାଇଛି।

ସମ୍ବନ୍ଧିତ ଖବର