୨୪ରୁ ଅନଲାଇନରେ ଚେକିଂ-ଆଡିସନ ଆବେଦନ

କଟକ : ମାଟ୍ରିକ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟର ନମ୍ବରକୁ ନେଇ ସନ୍ଦେହ ରହୁଛି, ସେମାନେ ଆସନ୍ତା ୨୪ ତାରିଖରୁ ୧୦ ଦିନ ପର୍ଯ୍ୟନ୍ତ ଚେକିଂ-ଆଡିସନ ପାଇଁ ଅନଲାଇନରେ ଆବେଦନ କରିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି। ଅନ୍ୟପଟେ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ଛାତ୍ରଛାତ୍ରୀମାନେ ବୋର୍ଡ କାର୍ଯ୍ୟାଳୟରେ ନିର୍ଦ୍ଦିଷ୍ଟ ଫର୍ମରେ ଏଥିପାଇଁ ଆବେଦନ କରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟେକ ବିଷୟର ଉତ୍ତରଖାତା ଚେକିଂ ପାଇଁ ଶହେ ଟଙ୍କା ଦେବାକୁ ପଡିବ। ଜେରକ୍ସ କପି ପାଇବାକୁ ଥିଲେ ବିଷୟ ପିଛା ଉତ୍ତରଖାତାକୁ ୨ଶହ ଟଙ୍କା ‌ଦାଖଲ କରିବାକୁ ପଡିବ।

ସମ୍ବନ୍ଧିତ ଖବର