କେମିକାଲ୍‌ ବୋଝେଇ ଟ୍ୟାଙ୍କର ଜଳିଗଲା

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ୍‌ ନିକଟରେ ଆଜି ଏକ କେମିକାଲ୍‌ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ସହ ଜଳିଯାଇଛି। ଟ୍ୟାଙ୍କରର ଆଗଚକ ଫାଟିଯିବା ଯୋଗୁ ଏହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ତେବେ ପରେ ସେଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜଳେଶ୍ବର ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା। ଜଳେଶ୍ବର ତହସିଲଦାର ଅଭିମନ୍ୟୁ ପଣ୍ଡା, ବିଡିଓ ନିତ୍ୟାନନ୍ଦ ସାହୁ, ଆଇଆଇସି ପ୍ରଦୀପ ମାଝୀ, ଅତିରିକ୍ତ ତହସିଲଦାର କ୍ଷୀରୋଦ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିବା ପରିସ୍ଥିତି ଯାଂଚ କରିଥିଲେ। ଅନ୍ୟପଟେ ଦୁର୍ଘଟଣା ପରେ ଟ୍ୟାଙ୍କରର ଚାଳକ ଓ ହେଲ୍‌ପର ଖସି ପଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର