ଇଡିରେ ହାଜର ହେଲେ ପଦ୍ମିନୀ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଷ୍ଟାର୍‌ କନ୍‌ସଲଟାନ୍ସି ଚିଟ୍‌ଫଣ୍ଡ ଠକେଇ ଘଟଣାରେ ଆଜି ଇଡି ପକ୍ଷରୁ ଅର୍ନ୍ତଜାତୀୟ ଚେସ୍‌ ମାଷ୍ଟର ପଦ୍ମିନୀ ରାଉତଙ୍କୁ ଜେରା କରାଯାଇଛି। ଘଣ୍ଟାଏ କାଳ ଧରି ଇଡି ଅଧିକାରୀ ପଦ୍ମିନୀଙ୍କୁ ଜେରା କରିଥିଲେ। ସୂଚନା ମୁତାବକ, ମଧ୍ୟାହ୍ନ ପ୍ରାୟ ୧୨ଟାରେ ପଦ୍ମିନୀ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପରେ ତାଙ୍କୁ ଇଡିର ଅଧିକାରୀମାନେ ଜେରା କରିଥିଲେ। ସଂସ୍ଥାର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କ ସହ ତାଙ୍କର କି ସମ୍ପର୍କ ରହିଛି, ସେ ଉପରେ ପଚରାଉଚରା କରାଯାଇଥିଲା। ସେ ତାଙ୍କୁ କେମିତି ଚିହ୍ନିଲେ? କେବେ ଚିହ୍ନିଲେ? ତାଙ୍କ ସହ କ’ଣ ଆର୍ଥିକ କାରବାର ରହିଛି? କେଉଁ ଉଦ୍ଦେଶ୍ୟରେ  ତାଙ୍କୁ ସଂସ୍ଥାର  ବ୍ରାଣ୍ଡ ଆମ୍ବାସାଡର୍‌ କରାଯାଇଥିଲା? ଆଦି ବିଭିନ୍ନ ବିଷୟ ଉପରେ ପଦ୍ମିନୀଙ୍କୁ ଜେରା କରାଯାଇଥିଲା। ଜେରା ପରେ ଅପରାହ୍‌୍‌ଣ ପ୍ରାୟ ଗୋଟାଏରେ ପଦ୍ମିନୀ ଇଡି କାର୍ଯ୍ୟାଳୟରୁ ଫେରିଥିଲେ। କିଛି ଦିନ ତଳେ ଏହି ଘଟଣାରେ ଅଭିନେତା ଶ୍ରୀତମ୍‌ ଦାସଙ୍କୁ ମଧ୍ୟ ଇଡି ଜେରା କରିଥିଲା।

ସମ୍ବନ୍ଧିତ ଖବର