ଛତିଶା ନିଯୋଗ ବୈଠକ ଆଜି : ଦାନ ଦକ୍ଷିଣାକୁ ନେଇ କମ୍ପିବ

ପୁରୀ : ଆସନ୍ତାକାଲି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନିଯୋଗକୁ ଚିଠି କରାଯାଇଛି। ତେବେ ଆସନ୍ତାକାଲିର ନିଯୋଗ ବୈଠକ ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବୈଠକରେ ସୁପ୍ରିମକୋର୍ଟ ଦାନ ଦକ୍ଷିଣାକୁ ନେଇ ଲଗାଇଥିବା କଟକଣାକୁ ନେଇ ଆଲୋଚନା ହେବ। ଗତ ୧୦ ତାରିଖର ଜନଶୁଣାଣି, ଦାନ ଦକ୍ଷିଣା ଓ ସୁପ୍ରିମକୋର୍ଟରେ ପକ୍ଷ ରଖିବା ସଂପର୍କରେ ମଧ୍ୟ ନିଯୋଗମାନଙ୍କ ମତ ଲୋଡ଼ାଯିବ। ରଥଯାତ୍ରା ଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କିଛି ଛାମୁଆ ସେବାୟତଙ୍କ ଭୂମିକାକୁ ନେଇ ମଧ୍ୟ କିଛି ସେବାୟତ ଆପତ୍ତି ଉଠାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର