ଚିକେନ୍‌ ରବି ହତ୍ୟା ମାମଲା : ପୂର୍ବତନ ବିଧାୟକ ହାଜର

ବ୍ରହ୍ମପୁର : ୨୦୧୦ ନୂଆବର୍ଷ ଦିନ ସଂଘଟିତ ବହୁଚର୍ଚ୍ଚିତ ଚିକେନ୍‌ ରବି ଓରଫ୍‌ ରବୀନ୍ଦ୍ର ବେହେରା ହତ୍ୟା ମାମଲାରେ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ବିଦୁ ବିଷୋୟୀଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ରମେଶଙ୍କୁ ଛତ୍ରପୁର ଜେଲ୍‌ରୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର ଅଣା ଯାଇଥିଲା। ସେହିଭଳି, ମୃତ ରବିଙ୍କ ଭାଇ ବିଟୁ ବେହେରାଙ୍କର ଆଜି ଏଡିଜେ କୋର୍ଟରେ ବୟାନ୍‌ ରେକର୍ଡ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର