ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ଅଞ୍ଚଳ ବାହାର ନେତାଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବାହାରୁ  ବିଜେପୁର ଯାଇଥିବା ନେତାଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ନିବାଚନମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ।

ବିଜେପୁର ଉପନିର୍ବାଚନ ପାଇଁ ୨୪୩ଟି ସ୍ଥାନରେ ୨୮୫ଟି ପୋଲିଂ ବୁଥ କରାଯାଇଛି । ଏଥିରୁ ୧୨୯ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିବା ୨୮ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୪ଟି ବୁଥରେ ସିସିଟିଭି ଲାଗିଥିବା ନେଇ ସୂଚନା ଦେଇଛନ୍ତି ସୁଶୀଲ ଲୋହାନି ।

ବିଜେପୁରର ମୈଦାନରେ ଅବତୀର୍ଣ୍ଣ ହୋଇଥିବା  ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ  ନିର୍ଣ୍ଣୟ କରିବେ ୨୩୨୨୬୪ ଜଣ ଭୋଟର । ଭୋଟର ପରିଚୟ ପତ୍ର ବ୍ୟତୀତ ଅନ୍ୟ ୧୧ଟି ଦସ୍ତାବିଜ ଦେଖାଇ ଭୋଟ ଦେଇପାରିବେ । ଚଳିତ ଉପନିର୍ବାଚନରେ ମ୍ୟାକ୍ ୩ ଇଭିଏମ ବ୍ୟବହାର କରାଯିବ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର